କଡ଼ ଲେଉଟିଲା ମହାରାଷ୍ଟ୍ର ରାଜନୀତି : ମହାରାଷ୍ଟ୍ରରେ ବିଜେପି-ଏନସିପି ମେଣ୍ଟ ସରକାର , ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡନବିସ୍ । ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ୍ ପାୱାର୍ ।  Kanak News

କଡ଼ ଲେଉଟିଲା ମହାରାଷ୍ଟ୍ର ରାଜନୀତି । ଶନିବାର ସକାଳେ ମହାରାଷ୍ଟ୍ରରେ ବିଜେପି-ଏନସିପି ମେଣ୍ଟ ସରକାର ହୋଇଛି । ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ଦେବେନ୍ଦ୍ର ଫଡନବିସ୍ ଙ୍କୁ ମୁଖ୍ୟମନ୍ତ୍ରୀର ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସେହିଭଳି ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ୍ ପାୱାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି କହିଛନ୍ତି: ଯଥାକ୍ରମେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଦେବେନ୍ଦ୍ର ଫଡ଼ନବିସ ଏବଂ ଅଜିତ ପାଓ୍ଵାରଙ୍କୁ ଅଭିନନ୍ଦନ। ମହାରାଷ୍ଟ୍ରର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସେମାନେ ମନଧ୍ୟାନ ଦେଇ କାର୍ୟ୍ୟ କରିବେ ବୋଲି ମୋର ଭରସା ଅଛି।

ସୂଚନାଯୋଗ୍ୟ, ଦୀର୍ଘଦିନ ହେବ ମହାରାଷ୍ଟ୍ରରେ ଶିବସେନା, କଂଗ୍ରେସ ଓ ଏନସିପିର ବୈଠକରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଘୋଷଣା ହୋଇପାରିନଥିଲା । ଶୁକ୍ରବାର ବୈଠକ ରେ ଏନସିପି ମୁଖ୍ୟ ଶରଦ ପାୱାର ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା ହୋଇଥିଲା । କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ଦେବେନ୍ଦ୍ର ଫଡନବିିସ୍ ମୁଖ୍ୟମନ୍ତ୍ରୀର ବାଜି ମାରିନେଇଛନ୍ତି ।



from Kanak News https://ift.tt/37xoLM4 https://ift.tt/2KN52Ov

କଡ଼ ଲେଉଟିଲା ମହାରାଷ୍ଟ୍ର ରାଜନୀତି : ମହାରାଷ୍ଟ୍ରରେ ବିଜେପି-ଏନସିପି ମେଣ୍ଟ ସରକାର , ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡନବିସ୍ । ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ୍ ପାୱାର୍ ।  Kanak News କଡ଼ ଲେଉଟିଲା ମହାରାଷ୍ଟ୍ର ରାଜନୀତି : ମହାରାଷ୍ଟ୍ରରେ ବିଜେପି-ଏନସିପି ମେଣ୍ଟ ସରକାର , ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡନବିସ୍ । ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ୍ ପାୱାର୍ ।  Kanak News Reviewed by SUBHENDU BARAL on November 22, 2019 Rating: 5

No comments:

Powered by Blogger.