ଆଠଗଡ ୨୨।୧୧: ଆଠଗଡ ଖୁଣ୍ଟୁଣୀର କାର୍ତ୍ତିକେଶ୍ବର ଭଷାଣ ଶୋଭାଯାତ୍ରା ଚାଲିଥିବା ବେଳେ ଖୁଣ୍ଟୁଣୀ କୈବର୍ତ୍ତ ସାହିଠାରେ ମହାଦେବ ସାହି ପୂଜା କମିଟିର ଜଣେ ସଦସ୍ୟଙ୍କୁ ଫାର୍ସାରେ ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣରେ ଗୁରୁତର ଆହତ ପୂଜା କମିଟି ସଦସ୍ୟ ହେଲେ ଖୁଣ୍ଟୁଣୀ ମହାଦେବସାହିର ଶୁଭେନ୍ଦୁ ସାହୁ ।

ଖୁଣ୍ଟୁଣୀ କାର୍ତ୍ତିକେଶ୍ବର ଭଷାଣ ଶୋଭାଯାତ୍ରାରେ ଚଳିତ ବର୍ଷ ୧୬ମେଢ଼ ସାମିଲ ହୋଇଥିଲେ । ନିର୍ଦ୍ଧାରିତ ସମୟରେ ମେଢ଼ ଗୁଡିକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରୁଥିବା ବେଳେ ଖୁଣ୍ଟୁଣୀ ଜେନେକା ସାହିଠାରେ ସେହି ସାହିର ବିକାଶ ଦଳେଇ ନାମକ ଜଣେ ଯୁବକ ମହାଦେବ ସାହି ପୂଜା କମିଟିର କିଛି ସଦସ୍ୟଙ୍କୁ ଠେଲାପେଲା କରି ଅଶ୍ଳୀଳ ଗାଳିଗୁଲଜ କରିଥିଲା ଏହାକୁ ନେଇ ସେଠାରେ ଉତ୍ତେଜନା ସୃଷ୍ଟି ହେବାରୁ ପୋଲିସ ପହଞ୍ଚି ଆପୋଷ ବୁଝାମଣା କରିଥିଲା ।

ମାତ୍ର କିଛି ସମୟ ପରେ ବିକାଶ କୈବର୍ତ୍ତ ସାହି ଛକଠାରେ ହାତରେ ଫାର୍ସା ଧରି ମହାଦେବ ସାହି ପୂଜା କମିଟିର ସଦସ୍ୟ ଶୁଭେନ୍ଦୁ ସାହୁର ମୁଣ୍ଡ, ମୁହଁ ଓ ହାତକୁ ଚୋଟ ପରେ ଚୋଟ ପକାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ କାଳିଆକୁ ପ୍ରଥମେ ଖୁଣ୍ଟୁଣୀର ଏକ ଘରୋଇ କ୍ଲିନିକରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
from Prameya News7 https://ift.tt/34f4Hf8
No comments: