ଆଜି ଆସିବ ମହାରାଷ୍ଟ୍ର ରାୟ । ସୁପ୍ରିମକୋର୍ଟରେ ସକାଳ ସାଢେ ୧୦ଟାରେ ହେବ ଶୁଣାଣି, ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ଫଡନବୀସ ସରକାରଙ୍କୁ ଦେଇପାରନ୍ତି ନିର୍ଦ୍ଦେଶ Kanak News

କନକ ବ୍ୟୁରୋ : ଆଜି ଆସିପାରେ ମହାରାଷ୍ଟ୍ର ସରକାରକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ । ସକାଳ ସାଢେ ୧୦ଟାରେ ମାମଲାର ଶୁଣାଣି ହେବାକୁ ସମୟ ଧାର୍ଯ୍ୟ କରିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । କାଲି ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ନାଟକକୁ ନେଇ ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ତେବେ ତୁରନ୍ତ ଆସ୍ଥାଭୋଟ ପାଇଁ ହୋଇଥିବା ଆବେଦନ ଉପରେ କୌଣସି ଟିପ୍ପଣୀ ଖଣ୍ଡପୀଠ କରିନାହାନ୍ତି । ମାମଲାରେ ସମସ୍ତ ପକ୍ଷକୁ ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଦେବେନ୍ଦ୍ର ଫଡନବିସ, ଅଜିତ୍ ପାୱାର ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ୍ ହୋଇଛି । ସୁପ୍ରିମକୋର୍ଟ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ରାଜ୍ୟପାଳଙ୍କ ଆଦେଶପତ୍ର ଏବଂ ବିଧାୟକଙ୍କ ସମର୍ଥନ ପତ୍ର ଆଜି ସକାଳ ସାଢେ ୧୦ଟା ସୁଦ୍ଧା ଦାଖଲ କରିବାକୁ କହିଛନ୍ତି ।

from Kanak News https://ift.tt/34hCIM5 https://ift.tt/34y4BiH
No comments: