ଚାଷୀଙ୍କୁ କପାର ଅଭାବି ବିକ୍ରି କଷ୍ଟ! ମଣ୍ଡି ନଥିବାରୁ ଧଳା ସୁନା ଚାଷ କରୁଥିବା ଚାଷୀଙ୍କୁ ଦଲାଲ କରୁଛନ୍ତି ଶୋଷଣ, କେବେ ଚେତିବ ପ୍ରଶାସନ? Kanak News

କନକ ବ୍ୟୁରୋ: ଚାଷୀଙ୍କ ଚିନ୍ତା ବଢାଇଛି କପାର ଅଭାବି ବିକ୍ରି । ଜିଲ୍ଲାରେ ମଣ୍ଡି ନଥିବାରୁ ଦଲାଲ ଦ୍ୱାରା ଶୋଷଣ ହୋଇଛନ୍ତି ଚାଷୀ । ସେପଟେ ମାଲାମାଲ ହେଉଛନ୍ତି ଅସାଧୁ ବ୍ୟବସାୟୀ । ଅଧିକ ଲାଭ ଆଶାରେ କପା ଚାଷକୁ ଆପଣାଇଥିବା ବୌଦ୍ଧ ଜିଲ୍ଲାର ଚାଷୀ ଏବେ ପ୍ରମାଦ ଗଣୁଥିବାବେଳେ କୃଷିଉପନିର୍ଦ୍ଦେଶକ କହୁଛନ୍ତି ଜିଲ୍ଲାରେ ମଣ୍ଡି ଖୋଲିବା ପାଇଁ ବ୍ୟବସ୍ଥା କରାଯିବ ।

ଧାନ ଫସଲ ଅପେକ୍ଷା କପା ଚାଷରେ ଅଧିକ ଲାଭ ହେତୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ହେକ୍ଟର ହେକ୍ଟର ଜମିରେ କପା ଚାଷ କରାଯାଇଛି । ଚଳିତ ବର୍ଷ ଭଲ ବର୍ଷା ହୋଇଥିବାରୁ କପା ଚାଷବି ଭଲହୋଇଥିବାବେଳେ ଚାଷୀ କପା ତୋଳି ସଂଗ୍ରହ କରିବାରେ ଲାଗିଲେଣି । ହେଲେ କ’ଣ ହେବ ଜିଲ୍ଲାରେ ମଣ୍ଡିବ୍ୟବସ୍ଥା ନଥିବା ଯୋଗୁଁ ବାହାର ଜିଲ୍ଲାରେ କପା ବିକ୍ରିକରିବାକୁ ବାଧ୍ୟହେଉଛନ୍ତି ଚାଷୀ । ସରକାରୀ ଧାର୍ଯ୍ୟ ଦର ଅନୁଯାଇ କ୍ୱିଣ୍ଟାଲ ପିଛା ୫,୨୨୫ ଟଙ୍କାରୁ ୫,୫୫୫ଟଙ୍କା ଥିବାବେଳେ ଦଲାଲ ଦ୍ୱାରା ଶୋଷିତ ହେବା ସହିତ କଟନୀ ଛଟନୀର ଶୀକାର ହୋଇ ୨୫୦୦ ରୁ ୩୦୦୦ହଜାର ଟଙ୍କାରେ ବିକ୍ରି କରି କ୍ଷତି ସହୁଥିବା ଚାଷୀ ଅଭିଯୋଗ ହେଉଛି ।

ସେପଟେ ପୁଣି ଟ୍ରାନସପୋର୍ଟିଂ ଖର୍ଚ୍ଚ ଚାଷୀ ଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଥିବାବେଳେ ବାଧ୍ୟ ହୋଇ ଆନ୍ଧ୍ରା ବେପାରୀ ଙ୍କୁ ମଧ୍ୟ ଶାଗ ମାଛ ଦରରେ ବିକ୍ରିକରିବାକୁ ବାଧ୍ୟ ହେଉଛନ୍ତି ଚାଷୀ । ଚଳିତ ବର୍ଷ ଜିଲ୍ଲାରେମୋଟ ୧୧ଶହ ହେକ୍ଟର ଚାଷ ଜମିରେ କପା ଚାଷ ହୋଇଥିବାବେଳେ ବୌଦ୍ଧ ବ୍ଲକରେ ୩୭୫ ହେକ୍ଟର , ହରଭଙ୍ଗା ବ୍ଲକ ରେ ୧୫୫ ହେକ୍ଟର ଏବଂ କଣ୍ଟାମାଳ ବ୍ଲକରେ ସର୍ବାଧୀକ ୫୭୫ ହେକ୍ଟର ଜମିରେ କପାଚାଷ କରାଯାଇଥିବା ଜଣାପଡିଛି । ଜିଲ୍ଲାରେ ମଣ୍ଡିି ଖୋଲିବାପାଇଁ ବାରମ୍ବାର ଦାବୀ କରାଯାଇଥିଲେ ହେଁ ମଣ୍ଡିଖୋଲିବାର ନାଁ ଧରୁନାହିଁ ଫଳରେ ଚାଷୀ ବାରମ୍ବାର ଅଭାବୀ ବିକ୍ରି ର ଶୀକାର ହେଉଛନ୍ତି । ଆଉ କୃଷି ଉପନିର୍ଦ୍ଦେଶକ ପ୍ରତିଶୃତି ଦେଇଛନ୍ତି ଯେ, ଜିଲ୍ଲାରେ ମଣ୍ଡି ବ୍ୟବସ୍ଥା ଖୋଲାଯିବ ।



from Kanak News https://ift.tt/2ro4mZm https://ift.tt/2ro4gAY
ଚାଷୀଙ୍କୁ କପାର ଅଭାବି ବିକ୍ରି କଷ୍ଟ! ମଣ୍ଡି ନଥିବାରୁ ଧଳା ସୁନା ଚାଷ କରୁଥିବା ଚାଷୀଙ୍କୁ ଦଲାଲ କରୁଛନ୍ତି ଶୋଷଣ, କେବେ ଚେତିବ ପ୍ରଶାସନ? Kanak News ଚାଷୀଙ୍କୁ କପାର ଅଭାବି ବିକ୍ରି କଷ୍ଟ! ମଣ୍ଡି ନଥିବାରୁ ଧଳା ସୁନା ଚାଷ କରୁଥିବା ଚାଷୀଙ୍କୁ ଦଲାଲ କରୁଛନ୍ତି ଶୋଷଣ, କେବେ ଚେତିବ ପ୍ରଶାସନ? Kanak News Reviewed by SUBHENDU BARAL on November 23, 2019 Rating: 5

No comments:

Powered by Blogger.