ମହାରାଷ୍ଟ୍ରରେ ବିଧାୟକଙ୍କୁ ଏକଜୁଟ ରଖିବାକୁ ସବୁ ଦଳର ଉଦ୍ୟମ । ରେନସାରୁ ହୟାତ ହୋଟେଲକୁ ଏନସିପି ବିଧାୟକ ସ୍ଥାନାନ୍ତର, ଟ୍ୱିଟରରେ ଅଜିତ ଲେଖିଲେ, ବିଜେପି-ଏନସିପି ଦେବ ସ୍ଥିର ସରକାର Kanak News

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଚାଲିଥିବା ମହାସଂଗ୍ରାମ ମୁମ୍ବାଇରୁ ଦିଲ୍ଲୀ ଯାଏଁ ରାଜନୀତି ସରଗରମ ହୋଇଛି । ରବିବାର ଏନସିପି ବିଧାୟକଙ୍କୁ ରେନେସା ହୋଟେଲରୁ ଏକ ବସ ଯୋଗେ ହୟାତ ହୋଟେଲକୁ ସ୍ଥାନାନ୍ତର କରାଯାଇଛି । କାଲି ରେନସା ହୋଟେଲରେ ଜଣେ ସାଦା ପୋଷାକଧାରୀ ପୁଲିସ ଥିବା ଜଣାପଡିଥିଲା । ଏହାକୁ ନେଇ ଏନସିପି ନେତା ଓ ପୁଲିସ କର୍ମଚାରୀଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଗୁଇନ୍ଦା ଲଗାଇ ଏନସିପି ବିଧାୟକଙ୍କୁ ଭାଙ୍ଗିବାକୁ ଉଦ୍ୟମ ହେଉଥିବା କହି ରେନସାରୁ ହୟାତ ହୋଟେଲକୁ ନିଆଯାଇଥିଲା । ବିଧାୟକଙ୍କୁ ଏକଜୁଟ ରଖିବାକୁ ଏହି ନିଷ୍ପତି ନିଆଯାଇଥିବା କୁହାଯାଉଛି ।

from Kanak News https://ift.tt/2XH3Bql https://ift.tt/2pIKpM6
No comments: