ଚଳିତ ମାସ ରାଜ୍ୟରେ ଅନୁଭୁତ ହେବନି ଅଧିକ ଶିତ । ତାପମାତ୍ରାରେ ହେବନି ବଡ ପରିବର୍ତ୍ତନ, କେତେକ ସ୍ଥାନରେ ପଡିପାରେ କୁହୁଡି Kanak News

କନକ ବ୍ୟୁରୋ: ବଢିବନି ଶିତ । ଚଳିତ ମାସରେ ଓଡିଶା ଉପରେ ଶିତର ପ୍ରଭାବ ବେସି ପଡିବାର ଆଶଙ୍କା ନାହିଁ । ତାପମାତ୍ର ସାମାନ୍ୟ ପରିବର୍ତ୍ତନ ହେବାର ଆଶଙ୍କା ରହିଛି
ଚଳିତ ମାସରେ ତାପମାତ୍ରା ସେତେଟା ହ୍ରାସ ପାଇବନି। ସପ୍ତାହକ ମଧ୍ୟରେ ଅଳ୍ପ କିଛି ସ୍ଥାନରେ ରାତିର ତାପମାତ୍ରା ଗୋଟିଏ ଦୁଇ ଡିଗ୍ରି କମିବ। ନ ହେଲେ ପାରଦରେ ସେଭଳି ବଡ଼ଧରଣର ପରିବର୍ତନ ହେବନି। ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ କୁହୁଡ଼ି ପଡ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼ରେ ୧୨.୬, ସୋନପୁରରେ ୧୩.୨, ଫୁଲବାଣୀରେ ୧୩.୪, ସୁନ୍ଦରଗଡ଼ରେ ୧୩.୫, ଅନୁଗୁଳରେ ୧୩.୬, କୋରାପୁଟରେ ୧୪.୬, ଭବାନୀପାଟଣାରେ ୧୫ ଡିଗ୍ରି ରେକର୍ଡ ହୋଇଛି।
from Kanak News https://ift.tt/37wj1Cb https://ift.tt/2XFwBi9
ଚଳିତ ମାସ ରାଜ୍ୟରେ ଅନୁଭୁତ ହେବନି ଅଧିକ ଶିତ । ତାପମାତ୍ରାରେ ହେବନି ବଡ ପରିବର୍ତ୍ତନ, କେତେକ ସ୍ଥାନରେ ପଡିପାରେ କୁହୁଡି Kanak News
Reviewed by SUBHENDU BARAL
on
November 23, 2019
Rating:
No comments: