ସୁପ୍ରିକୋର୍ଟରେ ପହଁଚିଲା ମହାରାଷ୍ଟ୍ର ଡ୍ରାମା! ସରକାର ବିବାଦ ମାମଲାର ଶୁଣାଣି କରିବେ ତିନି ଜଣିଆ ଖଣ୍ଡପୀଠ Kanak News

କନକ ବ୍ୟୁରୋ: ମହାରାଷ୍ଟ୍ରର ମହାନାଟକ ସୁପ୍ରିମକୋର୍ଟରେ ପହଂଚିଛି । ମହାରାଷ୍ଟ୍ରର ନୂଆ ସରକାର ବିବାଦ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ଆଜି ଦିନ ୧୧ଟା ୩୦ ମିନିଟରେ ମହାରାଷ୍ଟ୍ର ମାମଲାର ଶୁଣାଣି ହେବ । ସୁପ୍ରିମକୋର୍ଟର ଦ୍ୱିତୀୟ ନମ୍ବର କୋର୍ଟରେ ଜଷ୍ଟିସ ଏନବି ରମନ୍ନା, ଜଷ୍ଟିସ ଅଶୋକ ଭୂଷଣ ଓ ସଞ୍ଜୀବ ଖନ୍ନାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । କାଲି ଶିବସେନା, ଏନସିପି ଓ କଂଗ୍ରେସ ସର୍ବୋଚ୍ଚନ୍ୟାୟଳୟର ଦ୍ୱାରସ୍ଥ ହୋଇଥିଲେ । ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କ ସେହି ଆଦେଶକୁ ରଦ୍ଦ କରିବା ପାଇଁ ତିନି ଦଳ ଆବେଦନ କରିଛନ୍ତି ।

ଯେଉଁଥିରେ ଦେବେନ୍ଦ୍ର ଫଡନବୀସଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରାଯାଇଥିଲା । ସୁପ୍ରିମକୋର୍ଟ ଶିବସେନା, ଏନସିପି ଓ କଂଗ୍ରେସର ଆବେଦନକୁ ଶୁଣାଣି କରିବାକୁ ରାଜି ହୋଇଛନ୍ତି । ତିନି ଦଳ ଆବେଦନରେ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି, ପ୍ରୋଟେମ ସ୍ପିକର ନିଯୁକ୍ତ କରି ତୁରନ୍ତ ବିଧାନସଭାର ଅଧିବେଶନ ଡାକି ବହୁମତ ସାବ୍ୟସ୍ତ କରାଯାଉ । ଯଦି ସମ୍ଭବ ତେବେ ରବିବାର ହିଁ ଫଡନବୀସ ସରକାରକୁ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନରେ ଉଲ୍ଲେଖ କରିଛନ୍ତି ସେନା, ଏନସିପି ଓ କଂଗ୍ରେସ ।

ଆସ୍ଥାଭୋଟ ହିଁ ପ୍ରମାଣ କରିବ ଫଡନବୀସ ପାଖରେ ନା ଉଦ୍ଧବ ଠାକରେଙ୍କ ପାଖରେ ବହୁମତ ଅଛି ବୋଲି କହିଛନ୍ତି ଆବେଦନକାରୀ । ଏଥିସହ ୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ୧୫୪ ବିଧାୟକଙ୍କ ସମର୍ଥନ ଦାବି କରିଛନ୍ତି । ଏହାଛଡା ଏନସିପି, ଶିବସେନା ଓ କଂଗ୍ରେସକୁ ସରକାର ଗଠନ ପାଇଁ ତୁରନ୍ତ ଡାକିବାକୁ ରାଜ୍ୟପାଳ କୋଶ୍ୟାରୀଙ୍କୁ କୋର୍ଟ ନିର୍ଦ୍ଦେଶ ଦେବା ପାଇଁ ଆବେଦନରେ ଅନୁରୋଧ କରାଯାଇଛି । ଗତକାଲିର ରାଜନୈତିକ ଘଟଣାକ୍ରମ ଅନୁସାରେ ଫଡନବୀସ ମୁଖ୍ୟମନ୍ତ୍ରୀ ଓ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ତିନି ରାଜନୈତିକ ଦଳ ଯାହାର ଶୁଣାଣି ଆଜି ହେବ ।



from Kanak News https://ift.tt/2KMSneH https://ift.tt/2Jc8At6
ସୁପ୍ରିକୋର୍ଟରେ ପହଁଚିଲା ମହାରାଷ୍ଟ୍ର ଡ୍ରାମା! ସରକାର ବିବାଦ ମାମଲାର ଶୁଣାଣି କରିବେ ତିନି ଜଣିଆ ଖଣ୍ଡପୀଠ Kanak News ସୁପ୍ରିକୋର୍ଟରେ ପହଁଚିଲା ମହାରାଷ୍ଟ୍ର ଡ୍ରାମା! ସରକାର ବିବାଦ ମାମଲାର ଶୁଣାଣି କରିବେ ତିନି ଜଣିଆ ଖଣ୍ଡପୀଠ Kanak News Reviewed by SUBHENDU BARAL on November 23, 2019 Rating: 5

No comments:

Powered by Blogger.