ଜୟପୁର: କୋରାପୁଟ ଜିଲ୍ଲା ବାରିଣୀପୁଟ ଅପର କୋଲାବରେ ଗତକାଲି ବିଳମ୍ବିତ ରାତିରେ ଏକ ପରିତ୍ୟକ୍ତ କୋଠା ଭୁଶୁଡି ପଡ଼ିବା ଫଳରେ ଏକ ଛୋଟ ଛୁଆର ମୃତ୍ୟୁ ଘଟିଛି। ତାଙ୍କ ନାଁ ରସେଲ୍ ଖରା। ତାଙ୍କ ବୟସ ୮ ବର୍ଷ ବୋଲି ଜଣାପଡ଼ିଛି।
ଉକ୍ତ କୋଠା ତଳେ ଗୋଟିଏ ପରିବାରର ୪ ଜଣ ଫସି ରହିଥିଲେ। ସେମାନଙ୍କ ମଧ୍ୟରୁ ରସେଲ୍ଙ୍କ ମା’ ମହିଳା ସୂର୍ଯ୍ୟ ମଣି, ଭଉଣୀ ରଶ୍ମି ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।
ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରିଥିଲେ। ତିନି ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ଦୀର୍ଘ ସମୟ ଧରି ଛୋଟ ଛୁଆର ପତ୍ତା ମିଳି ନ ଥିଲା। ଶେଷରେ ଭଗ୍ନାବଶେଷ ତଳୁ ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୨୦ରେ ଛୁଆଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହାପରେ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଛୁଆଟିକୁ ମୃତ ଘୋଷଣା କରିଥିଲେ।
from OTV Khabar. https://ift.tt/2OdhaL6
No comments: