କୋଣାର୍କ ଆସିବେ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ । ମୋଦିଙ୍କ ସହ ହୋଇପାରେ ଦ୍ୱିପାକ୍ଷିକ ଆଲୋଚନା । Kanak News

କନକ ବ୍ୟୁରୋ : ଆସନ୍ତାମାସରେ କୋଣାର୍କ ସୂର୍ଯ୍ୟମନ୍ଦିର ଆସିପାରନ୍ତି ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ । ଡିସେମ୍ବର ୧୩ରୁ ୧୭ ମଧ୍ୟରେ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ଭାରତ ଗସ୍ତରେ ଆସିବାକୁ ଥିବା ବେଳେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ନେଇ ଚର୍ଚ୍ଚା ହେଉଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଜାପାନ ପ୍ରଧାନମନ୍ତ୍ରୀଙ୍କ ଏ ଗସ୍ତରେ କୋଣାର୍କ, ଶିଖର ବୈଠକ ପାଇଁ ଦ୍ୱିତୀୟ ସ୍ଥାନ ଭାବରେ ବଛାଯାଇଛି । ଏଥିରେ ମୋଦି ଓ ସିଂଜୋ ଆବେ ଦ୍ୱିପାକ୍ଷିକ ଆଲୋଚନା କରିବେ । ପ୍ରଥମ ସ୍ଥାନ ଭାବେ ଆସାମର ଗୌହାଟିକୁ ସ୍ଥିର କରାଯାଇଥିବା ବେଳେ ଦ୍ୱିତୀୟ ସ୍ଥାନ ଭାବେ ଓଡିଶାର କୋଣାର୍କ ସ୍ଥାନ ପାଇଛି ।



from Kanak News https://ift.tt/33iliO6 https://ift.tt/33cGvJj
କୋଣାର୍କ ଆସିବେ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ । ମୋଦିଙ୍କ ସହ ହୋଇପାରେ ଦ୍ୱିପାକ୍ଷିକ ଆଲୋଚନା । Kanak News କୋଣାର୍କ ଆସିବେ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ । ମୋଦିଙ୍କ ସହ ହୋଇପାରେ ଦ୍ୱିପାକ୍ଷିକ ଆଲୋଚନା । Kanak News Reviewed by SUBHENDU BARAL on November 24, 2019 Rating: 5

No comments:

Powered by Blogger.