ଭୁବନେଶ୍ୱର: ଓଡ଼ିଶା ସ୍କୁଲ୍ ଏଜୁକେସନ୍ ପ୍ରୋଗ୍ରାମ୍ ଅଥରିଟି(ଓସେପା)/ ଓଡ଼ିଶା ପ୍ରାଇମେରୀ ଏଜୁକେସନ୍ ପ୍ରୋଗ୍ରାମ୍ ଅଥରିଟି(ଓପେପା) କର୍ମଚାରୀଙ୍କ ପାଇଁ ସତର୍କ ଘଣ୍ଟି। ଯଦି କୌଣସି କର୍ମଚାରୀ ନିଯୁକ୍ତି ସମୟରେ ଜାଲ୍(ଫେକ୍) ସାର୍ଟିଫିକେଟ୍ ଦେଇଥିବା ଧରାପଡ଼ନ୍ତି ତେବେ ସେମାନଙ୍କ ନାଁରେ ଏଫ୍ଆଇଆର୍ ରୁଜୁ ହେବ।
ଏନେଇ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ(ଓସେପା) ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂ ପୁନିଆ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।
ନିଯୁକ୍ତି ସମୟରେ ଡିପିଓ ଏବଂ ବ୍ଲକ୍ ସ୍ତରର କର୍ମଚାରୀ(ଓସେପା ଓ ଓପେପା ଅଧୀନସ୍ଥ)ମାନେ ଦେଇଥିବା ଶିକ୍ଷାଗତ ଯୋଗ୍ୟତା ଯଥା- ସାର୍ଟିଫିକେଟ ଓ ମାର୍କସିଟ୍କୁ ପୁନଃ ଯାଞ୍ଚ ଲାଗି ଚିଠିରେ ଉଲ୍ଲେଖ କରାଯାଇଛି। ଯଦି କୌଣସି କର୍ମଚାରୀ ଜାଲ୍ ଡକ୍ୟୁମେଣ୍ଟସ୍ ଦେଇଥିବା ଧରାପଡ଼ନ୍ତି ତେବେ ତାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ସହ ବରଖାସ୍ତ ଲାଗି ଶୃଙ୍ଖଳାଗତ କାର୍ଯାନୁଷ୍ଠାନ ନେବାକୁ ମଧ୍ୟ କୁହାଯାଇଛି। ଆବଶ୍ୟକ ପଡିଲେ ରାଜ୍ୟ ତଥା ରାଜ୍ୟ ବାହାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ସାର୍ଟିଫିକେଟ୍ ବୈଧତା ନେଇ ତଦନ୍ତ ମଧ୍ୟ କରାଯିବ।
ଦୁଇ ମାସ ଭିତରେ ସାର୍ଟିଫିକେଟ୍ ଯାଞ୍ଚ କରି ଆକ୍ସନ ଟେକେନ୍ ରିପୋର୍ଟ ଜିଲ୍ଲାପାଳ ଦେବେ ବୋଲି ଜଣାପଡ଼ିଛି।
from OTV Khabar. https://ift.tt/2mLHz7w
Reviewed by SUBHENDU BARAL
on
September 28, 2019
Rating:
No comments: