ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ଯୋଜନାବଦ୍ଧ ଭାବେ ଆକ୍ରମଣ ପଣ୍ଡ : ସୁରକ୍ଷାକର୍ମୀଙ୍କ ଗୁଳିରେ୪ ଆତଙ୍କୀ ମୃତ, ଜଣେ ଯବାନ ସହିଦ Kanak News

କନକ ବ୍ୟୁରୋ : ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟିବା ପରେ ଗତକାଲି ପ୍ରଥମ ଥର ପାଇଁ ଆତଙ୍କବାଦୀମାନେ ସିରିଜ୍ ଆକ୍ରମଣ କରିଛନ୍ତି । ତିନିଟି ସ୍ଥାନରେ ଆତଙ୍କବାଦୀ ଯୋଜନାବଦ୍ଧ ଭାବେ ଆକ୍ରମଣ କରିଥିଲେ ମଧ୍ୟ ସୁରକ୍ଷା ବାହିନୀର ସଫଳ ରଣନୀତି ଯୋଗୁଁ ଏହାକୁ ପଣ୍ଡ କରିଦିଆଯାଇଛି । ଗାନ୍ଦରବଲ ଏବଂ ରାମବଲ ଜିଲ୍ଲାରେ ହୋଇଥିବା ଅପରେସନ୍ରେ ୪ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି । ଗାନ୍ଦରବଲରେ ସୁରକ୍ଷା ବାହିନୀ ଉପରେ ଅତର୍କିତ ଗୁଳିମାଡ଼ କରିଥିବା ୨ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଜଣକୁ ନିପାତ କରାଯାଇଛି ।
ରାମବନରେ ଏକ ପରିବାରକୁ ଆତଙ୍କବାଦୀମାନେ ପଣବନ୍ଦୀ ରଖିବାକୁ ପ୍ରୟାସ କରିଥିଲେ । ସେନାର ତ୍ବରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ସେଠାରେ ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରି ପରିବାରକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ପ୍ରାୟ ୫ ଘଣ୍ଟାର ଗୁଳି ବିନିମୟ ପରେ ଏହି ଅପରେସନ ସଫଳ ହୋଇଛି। ଗାନ୍ଦରବାଲରେ ଏନ୍କାଉଣ୍ଟର ସମୟରେ ୨ ଜଣ ଯବାନ ଆହତ ହୋଇଛନ୍ତି । ଶ୍ରୀନଗରରେ ମଧ୍ୟ ଆତଙ୍କବାଦୀମାନେ ସେନାର ଟ୍ରକ୍ ଉପରକୁ ଗ୍ରେନେଡ ମାଡ଼ କରିବାକୁ ଉଦ୍ୟମ କରିଥିଲେ। ତେବେ ବ୍ୟାପକ ସତର୍କତା ପଦକ୍ଷେପ ଯୋଗୁଁ ଏହି ଆକ୍ରମଣକୁ ମଧ୍ୟ ବିଫଳ କରିଦିଆଯାଇଛି। ରାମବନରେ ଅପରେସନ ବେଳେ ଜଣେ ଯବାନ ସହିଦ ହୋଇଯାଇଛନ୍ତି ଏବଂ ଦୁଇ ଜଣ ପୁଲିସ କର୍ମୀ ଆହତ ହୋଇଛନ୍ତି।
ରାମବନରେ ଆତଙ୍କବାଦୀମାନେ ଗୋଟିଏ ପରିବାରକୁ ପଣବନ୍ଦୀ କରିବା ପାଇଁ ସେମାନଙ୍କ ଘରେ ଆକ୍ରମଣ କରିଥିଲେ। ଏ ସଂପର୍କରେ ଖବର ପାଇ ତତ୍କାଳ ସେନା ସମଗ୍ର ଅଂଚଳକୁ ଘେରି ଯାଇଥିଲେ ଏବଂ ଆତଙ୍କବାଦୀମାନେ ଆଉ ଖସିବାକୁ ବାଟ ପାଇନଥିଲେ। ୫ ଘଣ୍ଟାର ଗୁଳି ବିନିମୟ ପରେ ସମସ୍ତ ୩ ଆତଙ୍କବାଦୀ ନିପାତ ହୋଇଥିଲେ ଏବଂ ପରିବାରର ସମସ୍ତ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା।
from Kanak News https://ift.tt/2mM9695 https://ift.tt/2PwY1WY
No comments: