ଚାକିରି ନାଁରେ ଠକୁଥିଲେ, ବାନ୍ଧିଲା ପୁଲିସ୍‌ Rajalaxmi Sahoo

ଉମରକୋଟ: ଚାକିରି ନାଁରେ ଠକେଇ ଅଭିଯୋଗ। ନବରଙ୍ଗପୁର ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି। ଯୁବକ ଯୁବତୀଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ସେମାନଙ୍କୁ ଠକିବା ଅଭିଯୋଗରେ ପୁଲିସ୍‌ ୩ଜଣ ଯୁବକଙ୍କୁ ଗିରଫ କରିଛି।

ଗିରଫ ୩ ଯୁବକ ହେଲେ ଆଶିଷ ପାତ୍ର ଓ ତାଙ୍କ ସ୍ତ୍ରୀ ରଞ୍ଜନା ପାତ୍ର ଏବଂ ଅନିଲ କୁମାର ବାନାର୍ଜୀ। ଆଶିଷ ଓ ରଞ୍ଜନାଙ୍କ ଘର ନବରଙ୍ଗପୁର ଜିଲ୍ଲା ଉମରକୋଟର ଗୁଲିପାଟଣା ସାହିରେ ହୋଇଥିବା ବେଳେ ଅନିଲଙ୍କ ଘର ଭୁବନେଶ୍ୱରରେ।

ଏହି ୩ ଜଣ ରାଷ୍ଟ୍ରୀୟ ମାନବ ଅଧିକାର ନାଗରିକ ଆୟୋଗ ନାଁରେ ନବରଙ୍ଗପୁର ଓ ଉମରକୋଟରେ ଅଫିସ ଖୋଲିଥିଲେ। ଚାକିରି ଦେବାର ପ୍ରତିଶ୍ରୁତି ଦେଇ ରାଇଘର, ଉମରକୋଟ୍, ଝରିଗାଁ ଏବଂ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳର ଯୁବକ ଯୁବତୀଙ୍କ ନିକଟରୁ ଟଙ୍କା ନେଇଥିଲେ। ପ୍ରତ୍ୟେକଙ୍କ ନିକଟରୁ ୪୦ ହଜାରରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଇଥିଲେ ବୋଲି ଅଭିଯୋଗ ହୋଇଛି। ଏମିତି ସେମାନେ ୪ ବର୍ଷ ହେଲା ଠକୁଥିଲେ। ତେବେ କିଛି ଯୁବକଯୁବତୀ ସଂସ୍ଥା ଉପରେ ସନ୍ଦେହ ଆସିବାରୁ ଏନେଇ ସେମାନେ ଉମରକୋଟ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ ପୁଲିସ୍‌ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।



from OTV Khabar. https://ift.tt/2mLYZBg
ଚାକିରି ନାଁରେ ଠକୁଥିଲେ, ବାନ୍ଧିଲା ପୁଲିସ୍‌ Rajalaxmi Sahoo ଚାକିରି ନାଁରେ ଠକୁଥିଲେ, ବାନ୍ଧିଲା ପୁଲିସ୍‌ Rajalaxmi Sahoo Reviewed by SUBHENDU BARAL on September 29, 2019 Rating: 5

No comments:

Powered by Blogger.