୨ରୁ ବିଜେପିର ଦେଶବ୍ୟାପୀ ଗାନ୍ଧୀ ସଂକଳ୍ପ ପଦଯାତ୍ରା: ରାଜ୍ୟରେ ସମସ୍ତ ସଂସଦୀୟ ଓ ବିଧାନସଭା କ୍ଷେତ୍ରରେ ୧୫ ଦିନ ଧରି ଚାଲିବ ଏହି ପଦଯାତ୍ରା Kanak News

କନକ ବ୍ୟୁରୋ: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଅକ୍ଟୋବର ୨ ତାରିଖରୁ ବିଜେପି ପକ୍ଷରୁ ଦେଶବ୍ୟାପୀ ଗାନ୍ଧୀ ସଂକଳ୍ପ ପଦଯାତ୍ରା ଆରମ୍ଭ ହେବ। ରାଜ୍ୟରେ ସମସ୍ତ ସଂସଦୀୟ ଓ ବିଧାନସଭା କ୍ଷେତ୍ରରେ ଏହି ପଦଯାତ୍ରା ୧୫ ଦିନ ଧରି ଚାଲିବ। ପଦଯାତ୍ରା ଅବସରରେ ଗାନ୍ଧୀଜୀଙ୍କ ବାର୍ତ୍ତା ସ୍ବଦେଶୀ, ସ୍ବଚ୍ଛତା, ସ୍ବରାଜ, ସ୍ବାବଲମ୍ବୀ, ସରଳ ଜୀବନ ଯାପନ, ଜଳ ସଂରକ୍ଷଣ, ନିଶା ନିବାରଣ ଆଦି ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନ କରାଯିବ ବୋଲି ସୂଚନା ଦେଇଛନ୍ତି ବିଜେପି ଉପସଭାପତି ସମୀର ମହାନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଲେ, ସିଦ୍ଧାନ୍ତ ବିହୀନ ରାଜନୀତି, ପରିଶ୍ରମ ବିହୀନ ଧନ ଉପାର୍ଜନ, ବିବେକ ବିହୀନ ସୁଖପ୍ରାପ୍ତି, ଚରିତ୍ର ବିହୀନ ଜ୍ଞାନ, ସଦାଚାର ବିହୀନ ବ୍ୟବସାୟ, ସମ୍ବେଦନା ବିହୀନ ବିଜ୍ଞାନ ଓ ତ୍ୟାଗ ବିହୀନ ଉପାସନା ଆଦି ୭ଟି ସାମାଜିକ ପାପରୁ ନିବୃତ ରହିବା ପାଇଁ ସମାଜକୁ ଆହ୍ବାନ ଦିଆଯାଇଛି। ଦଳର ସମସ୍ତ ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ ଓ ସମସ୍ତ କାର୍ଯ୍ୟକର୍ତ୍ତା ଏହି ପଦଯାତ୍ରାରେ ସାମିଲ ହେବେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨ ତାରିଖରେ କଟକର ତେଲେଙ୍ଗାପେଣ୍ଠସ୍ଥିତ ଗାନ୍ଧୀ ସ୍ମତି ପୀଠରୁ ପଦଯାତ୍ରା ଆରମ୍ଭ କରିବେ। ଏହି ଅବସରରେ ସେ ସାଧାରଣ ଲୋକଙ୍କୁ ଭେଟିବା ସହ ସାଧାରଣ ସଭାକୁ ସମ୍ବୋଧନ କରିବେ। ଦୁର୍ଗା ପୂଜା କାରଣରୁ ପଦଯାତ୍ରା ୨ ତାରିଖରେ ଆରମ୍ଭ ହୋଇ ସାମୟିକ ଭାବେ ସ୍ଥଗିତ ରଖାଯିବ। ପୁନଶ୍ଚ ଅକ୍ଟୋବର ୧୧ ତାରିଖରୁ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ବିଜେପି ଉପସଭାପତି ସମୀର ମହାନ୍ତି ।



from Kanak News https://ift.tt/2mYCEjV https://ift.tt/2mVK4Ey
୨ରୁ ବିଜେପିର ଦେଶବ୍ୟାପୀ ଗାନ୍ଧୀ ସଂକଳ୍ପ ପଦଯାତ୍ରା: ରାଜ୍ୟରେ ସମସ୍ତ ସଂସଦୀୟ ଓ ବିଧାନସଭା କ୍ଷେତ୍ରରେ ୧୫ ଦିନ ଧରି ଚାଲିବ ଏହି ପଦଯାତ୍ରା Kanak News ୨ରୁ ବିଜେପିର ଦେଶବ୍ୟାପୀ ଗାନ୍ଧୀ ସଂକଳ୍ପ ପଦଯାତ୍ରା: ରାଜ୍ୟରେ ସମସ୍ତ ସଂସଦୀୟ ଓ ବିଧାନସଭା କ୍ଷେତ୍ରରେ ୧୫ ଦିନ ଧରି ଚାଲିବ ଏହି ପଦଯାତ୍ରା Kanak News Reviewed by SUBHENDU BARAL on September 29, 2019 Rating: 5

No comments:

Powered by Blogger.