ଆହାର ଛଡାଇ ନେଲା ଆଧାର ଘଟଣା ! ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ମିଳିଲା ଚାଉଳ, ଆଉ ଏବେ ପୁଣି ସୀମାକୁ ଭେଟିଲେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ Kanak News

କନକ ବ୍ୟୁରୋ : ଚାଉଳ ୫ କେଜି ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିବା ଅନାଥ ସୀମାଙ୍କୁ ନିରାଶ କରି ଫେରାଇ ଦେଇଥିଲେ ପିଇଓ। ଆଉ ସେହି ସୀମାଙ୍କୁ ଖୋଦ୍ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଭେଟି ତା’ର ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି। ସୀମା ପାଇଁ ସବୁ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। କେନ୍ଦୁଝର ସଦର ବ୍ଲକ ମହାଦେଇଯୋଡ଼ା ପଞ୍ଚାୟତ ସଲରାପେଣ୍ଠ ଗ୍ରାମର ଅନାଥ ନାବାଳିକା ସୀମା ମୁଣ୍ଡା (୧୧) କାଠ ବିକ୍ରି କରି ପେଟ ପୋଷୁଥିଲା। ଆଧାର କାର୍ଡ ନଥିବାରୁ ତାଙ୍କୁ ଚାଉଳ ମିଳୁନଥିଲା। ଏନେଇ ‘ଆହାର ଛଡ଼ାଇ ନେଲା ‘ଆଧାର’  ଖବର ‘କନକ ନ୍ୟୁଜରେ’ ପ୍ରକାଶ ପାଇବା ପରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଏ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ଟୁଇଟ କରି ନିର୍ଦେଶ ଦେଇଥିଲେ।

ମନ୍ତ୍ରୀଙ୍କ ନିର୍ଦେଶ ପରେ ପଞ୍ଚାୟତ କର୍ମଚାରୀମାନେ ତାଙ୍କ ଘରକୁ ଯାଇ ୨ ମାସର ଚାଉଳ ଦେଇଥିଲେ। ଏବେ ପୁଣି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ସ୍ୱାଇଁ କେନ୍ଦୁଝର ଜିଲ୍ଲା ଗସ୍ତ ବେଳେ ସୀମାଙ୍କୁ ସର୍କିଟ ହାଉସକୁ ଡକାଇ ତାଙ୍କ ସହ ଆଲୋଚନା କରିଥିଲେ। ତୁରନ୍ତ ସୀମାର ଆଧାର କାର୍ଡ କରିବା ସହ ରାସନକାର୍ଡରେ ତାହାକୁ ସଂଯୋଗ କରିବାକୁ ସିଏସ୍ଓଙ୍କୁ ନିର୍ଦେଶ ଦେଇଥିଲେ। ଆଧାର ଲିଙ୍କ ହୋଇନଥିଲେ ମଧ୍ୟ ରାସନ ପ୍ରଦାନ କରାଯିବ ବୋଲି ସରକାରଙ୍କ ନିୟମ ଅଛି। କାହିଁକି ସୀମାଙ୍କୁ ଚାଉଳ ଦିଆଯାଇନଥିଲା ବୋଲି ପ୍ରଶ୍ନ କରିଥିଲେ। ଘରଘର ବୁଲି ଆଧାର ଲିଙ୍କ କରିବାକୁ କହିଛନ୍ତି। ସେହିପରି ସୀମାର ପାଠପଢ଼ା ଓ ତାପାଇଁ ଆବାସ ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି।



from Kanak News https://ift.tt/2mVQYJY https://ift.tt/2orEr1k
ଆହାର ଛଡାଇ ନେଲା ଆଧାର ଘଟଣା ! ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ମିଳିଲା ଚାଉଳ, ଆଉ ଏବେ ପୁଣି ସୀମାକୁ ଭେଟିଲେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ Kanak News ଆହାର ଛଡାଇ ନେଲା ଆଧାର ଘଟଣା ! ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ମିଳିଲା ଚାଉଳ, ଆଉ ଏବେ ପୁଣି ସୀମାକୁ ଭେଟିଲେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ Kanak News Reviewed by SUBHENDU BARAL on September 29, 2019 Rating: 5

No comments:

Powered by Blogger.