ଉତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟର ପ୍ରଭାବ । ଆହୁରି ୨୪ ଘଂଟା ଯାଏ ଉତର ଓ ଉପକୂଳ ଓଡିଶାରେ ବର୍ଷା Kanak News

କନକ ବ୍ୟୁରୋ : ଦକ୍ଷିଣ ଉତ୍ତରପ୍ରଦେଶ ଓ ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଉ ୨୪ଘଣ୍ଟା ଯାଏ ବର୍ଷା ଲାଗି ରହିବ। ୩୦ ତାରିଖ ସକାଳୁ ପାଗରେ ପରିବର୍ତ୍ତନ ଆସିବ। ଏହି ସମୟ ମଧ୍ୟରେ ଉତ୍ତର ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ। ଏହାପରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ୩ ତାରିଖ ଯାଏ ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

from Kanak News https://ift.tt/2oeUMq2 https://ift.tt/322C5V6
No comments: