ନୀଳଗିରି: ମହିଳାଙ୍କ ପେଟରୁ ବାହାରିଲା ୫ କି.ଗ୍ରା.ରୁ ଅଧିକ ଓଜନର ଟ୍ୟୁମର୍। ବାଲେଶ୍ୱର ଜିଲ୍ଲାରେ ଏହି ଘଟଣା ଘଟିଛି। ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଉକ୍ତ ମହିଳାଙ୍କର ଅସ୍ତ୍ରୋପଚାର କରାଯାଇ ପେଟ ଭିତରୁ ଏହି ଟ୍ୟୁମର୍କୁ ବାହାର କରାଯାଇଛି।
ସୂଚନା ଅନୁସାରେ, ଗୋପୀନାଥପୁର ଗାଁର ଜଗନ୍ନାଥ ବାସ୍କେଙ୍କ ଝିଅ ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ସେ ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତର ତାଙ୍କର ଅସ୍ତ୍ରୋପଚାର କରି ପେଟ ଭିତରୁ ୫ କି.ଗ୍ରା ଓଜନର ଟ୍ୟୁମର୍ ବାହାର କରିଥିଲେ। ନୀଳଗିରି ଏସ୍ଡିଏମ୍ଓ ତଥା ବରିଷ୍ଠ ସର୍ଜରୀ ବିଶେଷଜ୍ଞ ଅଜୟ କୃଷ୍ଣ ସାମଲ ଅସ୍ତ୍ରୋପଚାର କରି ସଫଳତାର ସହ ଏହି ଟ୍ୟୁମରକୁ ବାହାର କରିଥିଲେ।
ଅସ୍ତ୍ରୋପଚାର ପରେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି।
from OTV Khabar. https://ift.tt/2lYhtOj
ମହିଳାଙ୍କ ପେଟରୁ ବାହାରିଲା ୫ କି.ଗ୍ରା. ଓଜନର ଟ୍ୟୁମର୍ Rajalaxmi Sahoo
Reviewed by SUBHENDU BARAL
on
September 28, 2019
Rating:
No comments: