
କନକ ବ୍ୟୁରୋ : ସାଉଦି ଆରବର ବୃହତ୍ ତେଲ କମ୍ପାନି ସାଉଦି ଆରାମକୋର ଦୁଇଟି ଉତ୍ପାଦନ କେନ୍ଦ୍ର ଉପରେ ଡ୍ରୋନ୍ ଆକ୍ରମଣ ପରଠାରୁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଗତ ୧୫ ଦିନ ମଧ୍ୟରେ ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ପ୍ରାୟ ଅଢ଼େଇ ଟଙ୍କା (୨ ଟଙ୍କା ୪୨ ପଇସା) ବଢ଼ି ଯାଇଥିବା ବେଳେ ଡିଜେଲ ଦର ୨ ଟଙ୍କା ୧୨ ପଇସା ବଢ଼ିଗଲାଣି। ଭୁବନେଶ୍ବରରେ ଭାରତୀୟ ତୈଳ ନିଗମ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଏବଂ ଡିଜେଲ କିଣୁଥିବା ଗ୍ରାହକଙ୍କୁ ପକେଟରୁ ଲିଟର ପିଛା ଏବେ ଯଥାକ୍ରମେ ୭୩ ଟଙ୍କା ୩୮ ପଇସା ଏବଂ ୭୨ ଟଙ୍କା ୧୮ ପଇସା ଗଣିବାକୁ ପଡ଼ୁଛି। ଗତ ୧୪ ତାରିଖରେ ସାଉଦି ଆରାମକୋରର ଦୁଇଟି ଉତ୍ପାଦନ କେନ୍ଦ୍ର ଉପରେ ଡ୍ରୋନ୍ ଆକ୍ରମଣ ହୋଇଥିଲା। ଏଥିଯୋଗୁଁ ଉକ୍ତ କମ୍ପାନିର ଅଶୋଧିତ ତେଲ ଉତ୍ପାଦନ ଗୁରୁତର ବାଧାପ୍ରାପ୍ତ ହୋଇଥିଲା। ଭାରତ ସାଉଦି ଆରବଠାରୁ ଅଧିକ ପରିମାଣର ଅଶୋଧିତ ତେଲ କିଣୁଥିବାରୁ ସରକାରୀ ତେଲ କମ୍ପାନି ଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ଦର ବହୁମାତ୍ରାରେ ବଢ଼ାଇ ଚାଲିଛନ୍ତି।

from Kanak News https://ift.tt/2mzbRKX https://ift.tt/2O4g58B
No comments: