ଏମ୍ସ ପରାମର୍ଶରେ ବଳିଆର ହେଲା ରକ୍ତ ପରୀକ୍ଷା ! ୪ ଦିନ ହେଲାଣି ଭେଣ୍ଟିଲେଟରରେ ରହିଛି ବଳିଆ Kanak News

କନକ ବ୍ୟୁରୋ : ଏସସିବିରେ ଚିକିତ୍ସିତ ହେଉଥିବା ଜଗା-ବଳିଆଙ୍କ ଭିତରୁ ବଳିଆର ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି। ଗତ ୪ଦିନ ହେଲା ଭେଣ୍ଟିଲେଟରରେ ରଖାଯାଇଥିବା ବଳିଆର ସ୍ବାସ୍ଥ୍ୟବସ୍ଥା ନେଇ ଏସସିବି ପକ୍ଷରୁ ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଛି। ଏମ୍ସ ପରାମର୍ଶରେ ବଳିଆର ରକ୍ତ ପରୀକ୍ଷା କରାଯାଇଥିଲେ ବି ଆଣ୍ଟିବାୟୋଟିକ୍ ଅପରିବର୍ତ୍ତିତ ରହିଛି। ସୂଚନା ଅନୁସାରେ, ଗୁରୁବାର ବଳିଆର ଶ୍ବାସକ୍ରିୟାରେ ଅସୁବିଧା ହେବା ସହ ଛାତିରେ ସଂକ୍ରମଣ ଆରମ୍ଭ ହୋଇଥିଲା।

ଫଳରେ ତୁରନ୍ତ ଏସସିବି ବିଶେଷଜ୍ଞ କମିଟି ଏମସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ବଳିଆକୁ ସେବେଠାରୁ ଭେଣ୍ଟିଲେଟରରେ ରଖାଯାଇଛି। ଉଭୟ ଏସସିବି ଓ ଏମ୍ସ କର୍ତ୍ତୃପକ୍ଷଙ୍କ ମିଳିତ ନିଷ୍ପତ୍ତି ଅନୁସାରେ ବଳିଆର ଚିକିତ୍ସା ଚାଲିଛି। ତେବେ ଦିଲ୍ଲୀ ଏମ୍ସରୁ ଫେରିବା ପରଠାରୁ ହିଁ ବଳିଆ କଟକ ଏସସିବିରେ ରହି ଚିକିତ୍ସା ହେଉଛି । ତେବେ ବଳିଆ ରହୁଥିବା ସ୍ଥାନକୁ ଅନେକ ଲୋକ ପରିଦର୍ଶନ କରିବା ଲାଗି ଯାଉଥିବା କାରଣରୁ ତାକୁ ସଂକ୍ରମକ ହୋଇଥାଇ ପାରେ ବୋଲି ପୂର୍ବରୁ ଡାକ୍ତରମାନେ କହିଥିଲେ । ତେବେ ବର୍ତମାନ ସମୟରେ ତା’ର ସ୍ୱାସ୍ଥ୍ୟବସ୍ଥାକୁ ପ୍ରାଥମିକତା ଦିଆଯାଇ ଚିକିତ୍ସା କରାଯାଉଥିବା ନେଇ ସୂଚନା ମିଳିଛି ।



from Kanak News https://ift.tt/2nMi5aA https://ift.tt/2othavZ
ଏମ୍ସ ପରାମର୍ଶରେ ବଳିଆର ହେଲା ରକ୍ତ ପରୀକ୍ଷା ! ୪ ଦିନ ହେଲାଣି ଭେଣ୍ଟିଲେଟରରେ ରହିଛି ବଳିଆ Kanak News ଏମ୍ସ ପରାମର୍ଶରେ ବଳିଆର ହେଲା ରକ୍ତ ପରୀକ୍ଷା ! ୪ ଦିନ ହେଲାଣି ଭେଣ୍ଟିଲେଟରରେ ରହିଛି ବଳିଆ Kanak News Reviewed by SUBHENDU BARAL on September 29, 2019 Rating: 5

No comments:

Powered by Blogger.