ବିଜେପୁର ଉପନିର୍ବାଚନ ପାଇଁ ଆଜି ନାମାଙ୍କନ । ବିଜେଡିର ରୀତା ସାହୁ, ବିଜେପିର ସନତ ଗଡ଼ତିଆ ଓ କଂଗ୍ରେସର ଦିଲ୍ଲୀପ ପଣ୍ଡା ଭରିବେ ପ୍ରାର୍ଥୀପତ୍ର, ବିଜୟ ପାଇଁ ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଲେଣିି ସବୁ ଦଳ Kanak News

କନକ ବ୍ୟୁରୋ : ଆଜି ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ । ନାମାଙ୍କନ ଭରିବେ ତିନି ପ୍ରମୁଖ ଦଳର ପ୍ରାର୍ଥୀ । ବିଜେଡିର ରୀତା ସାହୁ, ବିଜେପିର ସନତ ଗଡ଼ତିଆ ଏବଂ କଂଗ୍ରେସର ଦିଲ୍ଲୀପ ପଣ୍ଡା ଉପନିର୍ବାଚନ ପାଇଁ ନିଜର ନାମାଙ୍କନ ଭରିବେ । ଦୁଇ ପୁରୁଣା ମୁହଁ ବିଜେଡିର ରୀତା ସାହୁ, ବିଜେପିର ସନତ ଗଡ଼ତିଆଙ୍କ ସହ କଂଗ୍ରେସର ନୂଆ ମୁହଁ ଦିଲ୍ଲୀପ ପଣ୍ଡାଙ୍କ ମଧ୍ୟରେ ମୁକାବିଲା ଲାଗି କ୍ଷେତ୍ର ପ୍ରସ୍ତୁତ ହୋଇଛି । ଆସନ୍ତା ୨୧ ତାରିଖରେ ବିଜେପୁର ଉପ-ନିର୍ବାଚନ ପାଇଁ ପଡ଼ିବ ଭୋଟ୍ । ମତଦାନର ୩ ଦିନ ପରେ ଅର୍ଥାତ୍ ୨୪ ତାରିଖରେ ଭୋଟ୍ ଗଣତି ହେବ । ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରୁ ଆସନରୁ ଲଢ଼ି ବିପୁଳ ଭୋଟରେ ବିଜୟୀ ହୋଇଥିଲେ । ତେବେ ନବୀନ ଉଭୟ ହିଞ୍ଜିଳି ଓ ବିଜେପୁରରୁ ବିଜୟୀ ହୋଇଥିଲେ । ପରେ ବିିଜେଡି ସୁପ୍ରିମୋ ବିଜେପୁର ଆସନ ଛାଡ଼ିଥିଲେ, ଫଳରେ ଏଠାରେ ଉପନିର୍ବାଚନ କରାଯାଉଛି ।

from Kanak News https://ift.tt/2nHdzKo https://ift.tt/2mUwcKI
No comments: