ଭାରତରେ ବଡ଼ ଧରଣର ନିବେଶ କରିବ ସାଉଦି ଆରବ: ତୈଳ, ଗ୍ୟାସ୍ ଓ ଖଣିଜ ପରି କ୍ଷେତ୍ରରେ ଶହେ ବିଲିୟନ ଡଲାରର ନିବେଶ ପାଇଁ ଯୋଜନା Kanak News

କନକ ବ୍ୟୁରୋ: ଭାରତରେ ବଡ଼ ଧରଣର ନିବେଶ କରିବ ସାଉଦି ଆରବ । ଭାରତରେ ଶହେ ବିଲିୟନ ଡଲାରର ନିବେଶ ପାଇଁ ଯୋଜନା ଥିବା ସୂଚନା ଦେଇଛନ୍ତି ନୂଆଦିଲ୍ଲୀରେ ଥିବା ସାଉଦି ଆରବର ରାଷ୍ଟ୍ରଦୂତ ଡକ୍ଟର ସଉଦବିନ୍ ମହମ୍ମଦ । ସେ କହିଛନ୍ତି ଯେ, ନିବେଶ ପାଇଁ ଭାରତ ଏକ ଉପଯୁକ୍ତ ସ୍ଥାନ ପାଲଟିଛି । ଆଉ ବିଭିନ୍ନ କ୍ଷେତ୍ରରେ ତାଙ୍କ ଦେଶ ଭାରତରେ ନିବେଶ କରିବାକୁ ଚାହୁଁଛି ।
ବିଶେଷକରି ତୈଳ, ଗ୍ୟାସ୍ ଓ ଖଣିଜ ପରି କ୍ଷେତ୍ରରେ ନିବେଶ କରିବାକୁ ଚାହୁଁଛି ସାଉଦି ଆରବ । ଭାରତ ସହ ଏକ ଦୀର୍ଘକାଳୀନ ଭାଗିଦାରୀ ପାଇଁ ତାଙ୍କ ଦେଶ ବିଚାର କରୁଛି ବୋଲି ରାଷ୍ଟ୍ରଦୂତ କହିଛନ୍ତି । ଭାରତ ସାଉଦିଆରବ ଠାରୁ ନିଜ ଆବଶ୍ୟକତାର ୧୭ ପ୍ରତିଶତ ଅଶୋଧିତ ତୈଳ ଓ ୩୨ ପ୍ରତିଶତ ଏଲପିଜି ଆମଦାନୀ କରିଥାଏ । ଭାରତ ଓ ସାଉଦି ଆରବ ମଧ୍ୟରେ ଏବେ ପ୍ରାୟ ୩୪ ବିଲିୟନ ଡଲାରର ଦ୍ୱିପାକ୍ଷିକ ବାଣିଜ୍ୟ ହୋଇଥାଏ ।
from Kanak News https://ift.tt/2m9v7hH https://ift.tt/2mYrDz5
ଭାରତରେ ବଡ଼ ଧରଣର ନିବେଶ କରିବ ସାଉଦି ଆରବ: ତୈଳ, ଗ୍ୟାସ୍ ଓ ଖଣିଜ ପରି କ୍ଷେତ୍ରରେ ଶହେ ବିଲିୟନ ଡଲାରର ନିବେଶ ପାଇଁ ଯୋଜନା Kanak News
Reviewed by SUBHENDU BARAL
on
September 29, 2019
Rating:

No comments: