ଆମେରିକାରେ ଭାରତର ପ୍ରଥମ ଶିଖ୍ ପୁଲିସ ଅଧିକାରୀଙ୍କୁ ଗୁଳି ମାରି ନିର୍ମମ ହତ୍ୟା ! ହରିକେନ୍ ‘ହାର୍ଭେ’ ସମୟରେ ଶିଖ୍ ସମ୍ପ୍ରଦାୟର ଥିଲେ ହିରୋ Kanak News

ଜଣେ ଭାରତୀୟ-ଆମେରିକୀୟ ଶିଖ୍ ପୁଲିସ ଅଧିକାରୀଙ୍କୁ ଟେକ୍ସାସରେ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଛି। ଉତ୍ତରପଶ୍ଚିମ ହଷ୍ଟନରେ ସେ ଟ୍ରାଫିକ୍ ଷ୍ଟପ୍ ପରିଚାଳନା କରୁଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ୪୨ ବର୍ଷୀୟ ସନ୍ଦୀପ ସିଂହ ଧଲିୱାଲ୍ ପ୍ରଥମ ପଗଡ଼ି ପିନ୍ଧା ଶିଖ୍ ପୁଲିସ ଭାବେ ଟେକ୍ସାସରେ ସେବାରତ ଥିଲେ। ତେବେ ଗତକାଲି ସେ ଟ୍ରାଫିକ୍ ଷ୍ଟପ୍ ପରିଚାଳନା କରୁଥିବା ବେଳେ ଗାଡ଼ି ଚଳାଇ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଅଟକାଇଥିଲେ।

ଏହି ସମୟରେ ବ୍ୟକ୍ତି ଜଣଙ୍କ ଗାଡ଼ିରୁ ଓହ୍ଲାଇ ଆସି ସିଧାସଳଖ ଧଲିୱାଲଙ୍କ ଉପରକୁ ଆଖିବୁଜା ୨ ରାଉଣ୍ଡ୍ ଗୁଳି ଚଳାଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ହତ୍ୟା ମାମଲାରେ ଜଣେ ସନ୍ଦିଗ୍ଧ ଗିରଫ ହୋଇଛି । ତେବେ ଏହା ଘୃଣା ଅପରାଧ କି ନାହିଁ ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ। ଧଲିୱାଲ୍ ହରିସ୍ କାଉଣ୍ଟି ସେରିଫ୍ ଅଫିସରେ ଜଣେ ବରିଷ୍ଠ ଅଧିକାରୀ ଥିଲେ ଏବଂ ଏହାର ପ୍ରଥମ ଶିଖ୍ ଡେପୁଟି ଥିଲେ। ଧଲିୱାଲଙ୍କ ହତ୍ୟା ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଭାରତୀୟ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ। ଧଲିୱାଲ୍ ବିବାହିତ ଏବଂ ତାଙ୍କର ୩ ସନ୍ତାନ ଅଛନ୍ତି। ଟେକ୍ସାସ୍ ଗଭର୍ଣ୍ଣର ଗ୍ରେଗ୍ ଆବ୍ବଟ୍ ଏକ ବିବୃତିରେ କହିଛନ୍ତି ଏହା ଆମ ପାଇଁ ଏକ ବଡ଼ କ୍ଷତି ଏବଂ ଧଲିୱାଲଙ୍କ ହତ୍ୟାକାରୀକୁ ଉଚିତ୍ ଶାସ୍ତି ମିଳିବ।

୨୦୧୭ରେ ସାମୁଦ୍ରିକ ଝଡ଼ ‘ହାର୍ଭେକ୍’ ଟେକ୍ସାସରେ ଆତଙ୍କ ଖେଳାଇ ଦେଇଥିଲା। ଏହି ସମୟରେ ସନ୍ଦୀପ୍ ଧଲିୱାଲ୍ ତାଙ୍କ ସମ୍ପ୍ରଦାୟ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ଢଙ୍ଗରେ କାମ କରି ଅନେକ ଜୀବନ ବଞ୍ଚାଇଥିଳେ। ଶିଖ୍ ସଂପ୍ରଦାୟ ପାଇଁ ସେ ଜଣେ ହିରୋ ଥିଲେ ବୋଲି ନ୍ୟୁୟର୍କ ପୁଲିସ ବିଭାଗ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି।



from Kanak News https://ift.tt/2mHwrbO https://ift.tt/2nDr2CF
ଆମେରିକାରେ ଭାରତର ପ୍ରଥମ ଶିଖ୍ ପୁଲିସ ଅଧିକାରୀଙ୍କୁ ଗୁଳି ମାରି ନିର୍ମମ ହତ୍ୟା ! ହରିକେନ୍ ‘ହାର୍ଭେ’ ସମୟରେ ଶିଖ୍ ସମ୍ପ୍ରଦାୟର ଥିଲେ ହିରୋ Kanak News ଆମେରିକାରେ ଭାରତର ପ୍ରଥମ ଶିଖ୍ ପୁଲିସ ଅଧିକାରୀଙ୍କୁ ଗୁଳି ମାରି ନିର୍ମମ ହତ୍ୟା ! ହରିକେନ୍ ‘ହାର୍ଭେ’ ସମୟରେ ଶିଖ୍ ସମ୍ପ୍ରଦାୟର ଥିଲେ ହିରୋ Kanak News Reviewed by SUBHENDU BARAL on September 28, 2019 Rating: 5

No comments:

Powered by Blogger.