ନବରାତ୍ରୀର ପ୍ରଥମ ଦିନରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ କରି ଲେଖିଲେ , ଜୟ ମାତା ଦି ! Kanak News

ଆଜିଠାରୁ ଆରମ୍ଭ ହେଉଛି ନବରାତ୍ରୀ । ନବରାତ୍ରୀର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦେଶବାସୀଙ୍କୁ ଜୀବନରେ ନୂଆ ଉଦ୍ଦେଶ୍ୟ ଏବଂ ଉଦ୍ଦିପନାକୁ ନେଇ ଆଗକୁ ବଢିବା ପାଇଁ ମା’ଙ୍କ ନିକଟରେ ପ୍ରାର୍ଥର୍ନା କରିଥିବା କଥା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଟ୍ୱିଟ୍ କରି ସବୁ ଦେଶବାସୀଙ୍କୁ ନବରାତ୍ରୀର ହାର୍ଦ୍ଧିକ ଅଭିନନ୍ଦନ ଜଶାଇବା ସହ ଶକ୍ତି ଉପାସନାର ପାର୍ବଣ ଅବସରରେ ସମସ୍ତଙ୍କୁ ମା’ଙ୍କ ଅପାର କରୁଣା ପ୍ରାପ୍ତ ହେଉ କହି ଜୟ ମାତା ଦି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ।
सभी देशवासियों को #नवरात्रि की बहुत-बहुत शुभकामनाएं। जय माता दी!
शक्ति की उपासना के पावन पर्व नवरात्रि की आप सभी को बहुत-बहुत बधाई। मां दुर्गा हम सबके जीवन में नई ऊर्जा, नई उमंग और नए उत्साह का संचार करें। जय अंबे जगदंबे मां!
— Narendra Modi (@narendramodi) September 29, 2019
ଏହାସହ ନିଜ ଦ୍ୱିତୀୟ ଟ୍ୱିଟ୍ ରେ ମା’ ଶୈଳପୁତ୍ରୀଙ୍କ ଆରାଧନା କରି ମୋଦି ଲେଖିଛନ୍ତି , ନବରାତ୍ରୀର ପ୍ରଥମ ଦିନରେ ଆମେ ଦେବୀ ଦୂଗାଙ୍କ ପ୍ରଥମ ରୂପ ମା’ ଶୈଳପୁତ୍ରୀଙ୍କ ପୂଜାର୍ଚ୍ଚନା କରୁ । ଶକ୍ତି ଏବଂ ଶାନ୍ତିର ପ୍ରତିକ ମା’ ଶୈଳପୁତ୍ରୀ ସଂପୂର୍ଣ୍ଣ ଜଗତର କଲ୍ୟାଣ କରନ୍ତୁ ଏତିକି ହିଁ କାମନା କରୁଛି । ଆପଣଙ୍କୁ କହିରଖୁଛୁ ଆଜିଠାରୁ ଆରମ୍ଭ ହୋଇଥିବା ନବରାତ୍ରି ଅକ୍ଟୋବର ୮ ପର୍ଯ୍ୟନ୍ତ ଚାଲିବ । ବିଜୟାଦଶମୀ ଅବସରରେ ମା’ ଦୁର୍ଗତିନାଶିନୀ ମେଲାଣି ନେବେ ।
#नवरात्रि के पहले दिन हम देवी दुर्गा के प्रथम रूप मां शैलपुत्री की पूजा और आराधना करते हैं। शक्ति और शांति की प्रतीक मां शैलपुत्री संपूर्ण जगत का कल्याण करें, यही कामना है। pic.twitter.com/FW7Q28LIZn
— Narendra Modi (@narendramodi) September 29, 2019
from Kanak News https://ift.tt/2ofVwv2 https://ift.tt/2mzlIjW
No comments: