ବାଲେଶ୍ବର ୨୯/୯: ବାଲେଶ୍ବରରେ ଦିନକୁ ଦିନ ଡେଙ୍ଗୁ ସ୍ଥିତି ସଂଗିନ ହେବାରେ ଲାଗିଛି । ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ରୋଗୀ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗୋଟିଏ ଦିନରେ ଜିଲ୍ଲା ହସ୍ପିଟାଲରେ ୧୦ରୁ ଅଧିକ ରୋଗୀ ଭର୍ତ୍ତି ହେଉଥିବା ଜଣାପଡ଼ିଛି ।

ପ୍ରାୟ ମାସେ ତଳେ ବାଲେଶ୍ବରରେ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ଶହ ଶହ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତି ହେବାରେ ଲାଗିଛନ୍ତି । ଏବେ ଡାକ୍ତରଖାନାରେ ୩୦ରୁ ଅଧିକ ରୋଗୀ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଡାକ୍ତରଖାନାରେ ଭର୍ତି ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ଜଳେଶ୍ବର ଓ ବାଲିଆପାଳ ବ୍ଲକ୍ ର ବୋଲି ଜଣାପଡ଼ିଛି।
from Prameya News7 https://ift.tt/2nuTOpb
ବାଲେଶ୍ବରରେ ଡେଙ୍ଗୁ ସ୍ଥିତି ଅଣାୟତ : ଦିନକୁ ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବଢ଼ୁଛି ରୋଗୀଙ୍କ ସଂଖ୍ୟା
Reviewed by SUBHENDU BARAL
on
September 28, 2019
Rating:
No comments: