
କନକ ବ୍ୟୁରୋ : ରାଜପଥରେ ଖାଲ। ପ୍ରବଳ ବର୍ଷାରେ ରାସ୍ତା ଉପରେ ୬ ଇଞ୍ଚର ପାଣି। ରାସ୍ତା ଓ ଖାଲ ସବୁ ଏକାକାର। ଜଣାପଡ଼ୁନି କେଉଁଠି, କେତେ ଗଭୀରର ଖାଲ। କେଉଁ ଗଳିକନ୍ଦିର ରାସ୍ତା ନୁହେଁ, ବରଂ ରାଜଧାନୀ ରାଜପଥର ଏହି ଅବସ୍ଥା। ରସୁଲଗଡ଼ ଓଭର ବ୍ରିଜ୍ ତଳେ ଏଭଳି ଖାଲ ରହିଛି। ଲଗାଣ ବର୍ଷା ପରେ ସ୍ଥିତି ସଙ୍ଗିନ ହୋଇଛି। ସେହିଭଳି ରାଜଧାନୀର ପ୍ରବେଶ ପଥ ସାମନ୍ତରାପୁର ଠାରେ ମଧ୍ୟ ଅନୁରୂପ ଅବସ୍ଥା ରହିଛି। ରାସ୍ତାରୁ ପିଚୁ ଉଠିଯିବା ପରେ ଖାଲ ହୋଇଯାଇଛି। ପାଖାପାଖି ୫୦ ମିଟର ପର୍ଯ୍ୟନ୍ତ ସ୍ଥିତି ଗମ୍ଭୀର ରହିଛି। ରସୁଲଗଡ଼ ଛକରେ ଏହି ଖାଲରେ ୪ ଦିନରେ ୭ ଜଣ ଆହତ ହୋଇଛନ୍ତି। ୪ ଜଣ ବାଇକ୍ ଚାଳକ ଆହତ ହୋଇଥିବା ବେଳେ ଗୋଟିଏ ବସରେ ଯାତ୍ରୀ ଚଢ଼ୁ ଚଢ଼ୁ ଗଳିପଡ଼ି ଆହତ ହୋଇଛନ୍ତି।

from Kanak News https://ift.tt/2mKJysL https://ift.tt/2o8U25B
No comments: