କାଲି ସରିବ ବିଜେପୁର ଉପନିର୍ବାଚନ ପାଇଁ ନାମାଙ୍କନ : ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ବିଜେପି

ବରଗଡ଼ ୨୯/୯: ବିଜେପୁର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେପି । ପ୍ରଥମେ କଂଗ୍ରେସ ଓ ଗତକାଲି ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ଆସନ୍ତାକାଲି  ନୋମିନେସନର ଶେଷଦିନ ଅଛି । ତେଣୁ ବିଜେପି ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଏଥର ଉପନିର୍ବାଚନରେ  କଂଗ୍ରେସ ଦୀଲ୍ଲିପ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ରୀତା ସାହୁଙ୍କୁ ପୁଣି ଥରେ ଭରସା କରିଛି ।

କଂଗ୍ରେସ ଆଗରୁ ଦିଲ୍ଲୀପ ପଣ୍ଡାଙ୍କ ନାଁ ଘୋଷଣା କରିସାରିଛି । ବିଜେପୁର ଏକଦା କଂଗ୍ରେସ ଗଡଥିଲେ ବି ଗତ ୨ଟି ନିର୍ବାଚନରେ ବହୁ ଭୋଟରେ ପଛରେ ପଡିଯାଉଛି ଦଳ । ସେଠି ବିଜେଡି ଓ ବିଜେପି ଭିତରେ ମୁଖ୍ୟତଃ ପ୍ରତିଦ୍ବନ୍ଦିତା ହୋଇଛି । ତେଣୁ ଏଥର କଂଗ୍ରେସ ନିଜର ପୁରୁଣା ଭୋଟବ୍ୟାଙ୍କକୁ ସାଉଣ୍ଟିବାକୁ ଯୋଜନା କରିଛି । ସେଥିପାଇଁ ପୁରୁଣା ମୁହଁକୁ ହଟାଇ ନୂଆମୁହଁ ଉପରେ ଭରସା ରଖିଛି ଦଳ । ବିଜେପି ପ୍ରାର୍ଥୀ ଘୋଷଣାରେ ବିଳମ୍ବ କରୁଥିଲେ ହେଁ ଦଳ ପକ୍ଷରୁ ସନତ ଗଡତିଆଙ୍କୁ ପ୍ରାର୍ଥୀ କରାଯିବା ଏକପ୍ରକାର ନିଶ୍ଚିତ ।

କାରଣ ସନତ ଗଡତିଆ ନାମାଙ୍କନ ପତ୍ର ନିଜ ନାଁରେ କିଣି ନେଇସାରିଛନ୍ତି । ଯେହେତୁ ସେ ଗତ ନିର୍ବାଚନରେ ନବୀନଙ୍କ ସହ ପ୍ରତିଦ୍ବନ୍ଦିତା କରି ୫୦ ହଜାରରୁ ଅଧିକ ଭୋଟ ପାଇଥିଲେ ତେଣୁ ଏଥର ରୀତାଙ୍କୁ କଡା ଟକ୍କର ଦେଇପାରନ୍ତି ।  କାଲି ନୋମିନେସନ ସରିବା ପରେ ପ୍ରଚାରକୁ ଓହ୍ଲାଇବେ ତିନି ପ୍ରମୁଖ ଦଳ । ନବୀନ ବି ନିଜେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାରକୁ ଯିବେ । ବିଜେପିର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ଏଥର ବିଜେପୁରରେ ବିଜେପି ପ୍ରାର୍ଥୀଙ୍କ ପାଇଁ ମଙ୍ଗ ଧରିବେ ।



from Prameya News7 https://ift.tt/2obhI9r
କାଲି ସରିବ ବିଜେପୁର ଉପନିର୍ବାଚନ ପାଇଁ ନାମାଙ୍କନ : ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ବିଜେପି କାଲି ସରିବ ବିଜେପୁର ଉପନିର୍ବାଚନ ପାଇଁ ନାମାଙ୍କନ : ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ବିଜେପି Reviewed by SUBHENDU BARAL on September 28, 2019 Rating: 5

No comments:

Powered by Blogger.