ନୀତା ଅମ୍ବାନୀଙ୍କ ଜୀବନ ସମ୍ପର୍କିତ ଏହି ୪ଟି ଗୋପନୀୟ କଥା ଜାଣନ୍ତୁ

ମୁମ୍ବାଇ୩୦|୯:ବିଶ୍ବର ଧନୀ ଲୋକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମୁକେଶ ଅମ୍ବାନୀ। ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀ ଲୋକଙ୍କ ମଧ୍ୟରେ ଖୁବ ଜଣା ଶୁଣା। ନୀତାଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି। ନୀତାଙ୍କ ନିଆରା ବ୍ୟକ୍ତିତ୍ୱ ପାଇଁ ସେ ତାଙ୍କର ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି । ଅନେକ ଲୋକ ନୀତା ଅମ୍ବାନୀଙ୍କ ଲାଇଫ ଷ୍ଟାଇଲ କେମିତି ବୋଲି ଭାବୁଥିବେ।ଏଥିପାଇଁ ସେ ସବୁବେଳେ ଚର୍ଚ୍ଚାରେ ମଧ୍ୟ ରୁହନ୍ତି।ତେବେ ନୀତାଙ୍କ ବ୍ୟକ୍ତିଗତ ଜୀବନର କିଛି ରାଜ ବିଷୟରେ ଜାଣନ୍ତୁ ଯାହା ଅଧିକାଂଶ ଲୋକେ ଜାଣିନଥିବେ।

୧. ଧୀରୁଭାଇ ଅମ୍ବାନୀ ନୀତାଙ୍କୁ ଏକ ନୃତ୍ୟ କାର୍ଯ୍ୟକ୍ରମରେ ଦେଖିଥିଲେ।ସେଠାରେ ଧୀରୁଭାଇ ନୀତାଙ୍କୁ ମୁକେଶଙ୍କ ସହ ଦେଖା କରିବାକୁ ପ୍ରସ୍ତାବ ଦେଇଥିଲେ। ନୀତା ଧୀରୁଭାଇଙ୍କ କଥାରେ ରାଜି ହୋଇ ମୁକେଶଙ୍କୁ ଭେଟିଥିଲେ। କିଛି ଦିନ ଲଗାତାର ଦେଖାହେବା ପରେ ମୁକେଶ ଓ ନୀତା ବିବାହ କରିବାର ନିଷ୍ପତ୍ତି ନେଇଥିଲେ।

୨- ନୀତାଙ୍କ ମନପସନ୍ଦ ଖେଳ ହେଉଛି କ୍ରିକେଟ। ଆଇପିଏଲ ଟିମ୍‌ ମୁମ୍ବାଇ ଇଣ୍ଡିୟନ୍ସର ମାଲିକାଣୀ ହେଉଛନ୍ତି ନୀତା।ଚଳିତ ବର୍ଷ ମୁମ୍ବାଇ ଇଣ୍ଡିୟନ୍ସ ଚତୁର୍ଥଥର ପାଇଁ ଆଇପିଏଲ ଜିତିଥିଲେ।

୩- ନୀତା ଅମ୍ବାନୀ ଜଣେ ଓକିଲ ହେବାର ସ୍ବପ୍ନ ରଖିଥିଲେ। ହେଲେ ତାଙ୍କ ଶ୍ବଶୁରଙ୍କ ରୋଗ କାରଣରୁ ନୀତା ଏଲଏଲବି ପଢା ମଝିରୁ ବନ୍ଦ କରିଥିଲେ।

୪- ନୀତା ଅମ୍ବାନୀ ଜଣେ ଭରତନାଟ୍ୟମ ଡାନ୍ସର।ସେ ଏକ ଭିନ୍ନ ଅନ୍ଦାଜରେ ନିଜ ଦିନ ଆରମ୍ଭ କରନ୍ତି। ପ୍ରତିଦିନ ସକାଳେ ଉଠି ସେ ଜାପାନ ଦେଶର ସବୁଠୁ ପ୍ରାଚୀନ କ୍ରକୋରୀ “ନୋରିଟେକ୍‌” କପରେ ଚାଆ ପିଇ ସେ ନିଜ ଦିନ ଆରମ୍ଭ କରନ୍ତି।ଏହି କପ୍‌ର ଦାମ ହେଉଛି ୧.୫ କୋଟି ଟଙ୍କା।    



from Prameya News7 https://ift.tt/2osm8sS
ନୀତା ଅମ୍ବାନୀଙ୍କ ଜୀବନ ସମ୍ପର୍କିତ ଏହି ୪ଟି ଗୋପନୀୟ କଥା ଜାଣନ୍ତୁ ନୀତା ଅମ୍ବାନୀଙ୍କ ଜୀବନ ସମ୍ପର୍କିତ ଏହି ୪ଟି ଗୋପନୀୟ କଥା ଜାଣନ୍ତୁ Reviewed by SUBHENDU BARAL on September 29, 2019 Rating: 5

No comments:

Powered by Blogger.