ବିହାର ଓ ଉତ୍ତରପ୍ରଦେଶରେ ଜଳ ପ୍ରଳୟ : ୨ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଛୁଇଁଲାଣି ୮୦

ପାଟନା ୩୦/୯: ବିହାରରେ ବର୍ଷା ଓ ବନ୍ୟା ବିତ୍ପାତ । ଶୁକ୍ରବାର ସନ୍ଧ୍ୟାରୁ ଅବିଶ୍ରାନ୍ତ ବର୍ଷା ଲାଗିରହିଛି। ଆଗକୁ ଆହୁରି ବର୍ଷାର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ରାଜ୍ୟର ୧୫ ଜିଲ୍ଲାରେ ସରକାର ‘ରେଡ ଆଲର୍ଟ’ ଏବଂ ୧୦ ଜିଲ୍ଲାରେ ‘ଅରେଞ୍ଜ ଆଲର୍ଟ’ ଜାରି କରାଯାଇଛି।

ରବିବାର ରେଳବାଇ ପକ୍ଷରୁ ୩୦ ଟ୍ରେନ୍  ଚଳାଚଳ ବାତିଲ କରାଯାଇଛି। ସ୍କୁଲଗୁଡ଼ିକୁ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଓ କଲେଜକୁ ୩୦ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି। ରାଜଧାନୀ ପାଟନାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧା ପାଟନାରେ ୨୦୦ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଏଥିଯୋଗୁଁ ଗଙ୍ଗା ଓ ଅନ୍ୟ ନଦୀରେ ବନ୍ୟା ଆସିଛି। ରାସ୍ତାରେ ଡଙ୍ଗା ଚାଲୁଥିଲାବେଳେ ନାଳନ୍ଦା ମେଡିକାଲ କଲେଜ ଓ ହସ୍ପିଟାଲ ଭିତରେ ପାଣି ପଶିଥିବାରୁ ରୋଗୀ ନାହିଁ ନ ଥିବା ଅବସ୍ଥା ଭୋଗୁଛନ୍ତି। ରାଜେନ୍ଦ୍ର ନଗର ଭଳି କେତେକ ପ୍ରମୁଖ ଅଞ୍ଚଳର ରାସ୍ତାରେ ୬ଫୁଟ ଉଚ୍ଚରେ ପାଣି ଚାଲୁଥିବା ଦେଖାଯାଇଛି।

ପାଟନା ଭିଆଇପି ଏରିଆରେ ଥିବା ମନ୍ତ୍ରୀ ଓ ଅଫିସରଙ୍କ ଘରେ ମଧ୍ୟ ପାଣି ପଶିଯାଇଛି। ଉଦ୍ଧାର ଓ ସହାୟତା କାର୍ଯ୍ୟରେ ୨୦ରୁ ଅଧିକ ଏନ୍ ଡିଆରଏଫ୍  ଟିମ୍ ନିୟୋଜିତ କରାଯାଇଛି। ସେନା ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି। ବର୍ଷା ବନ୍ୟାଜନିତ ଦୁର୍ଘଟଣାରେ ଦୁଇ ଦିନ ମଧ୍ୟରେ ୨୫ଜଣଙ୍କ ପ୍ରାଣହାନି ଘଟିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପରିସ୍ଥିତିର ସମୀକ୍ଷା କରିଛନ୍ତି। ସରକାରଙ୍କ ପକ୍ଷରୁ ଲୋକଙ୍କୁ ପିଇବା ପାଣି ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଅକ୍ଟୋବର ୧୫ ପର୍ଯ୍ୟନ୍ତ ରିଲିଫ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

 ସେହିପରି ଲଗାଣ ବର୍ଷାରେ ଉତ୍ତର ପ୍ରଦେଶରେ ଅବସ୍ଥା ବେହାଲ । ଗତ ତିନି ଦିନ ମଧ୍ୟରେ ବର୍ଷା ଓ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୭୯ରେ ପହଞ୍ଚିଛି। ଉତ୍ତର ପ୍ରଦେଶରେ ସ୍ବାଭାବିକଠାରୁ ୧୭୦୦ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି। ପ୍ରୟାଗରାଜରେ ୧୦୨ ଓ ବାରାଣସୀରେ ୮୪ମିମି ବର୍ଷା ହୋଇଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।ପରିସ୍ଥିତି ସମ୍ଭାଳିବା ପାଇଁ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି। ମୃତକଙ୍କ ପିଛା ସରକାର ୪ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତ। ମୁଖ୍ୟମନ୍ତ୍ରୀ ଉଦ୍ଧାର ଓ ସହାୟତା କାର୍ଯ୍ୟର ନିୟମିତ ସମୀକ୍ଷା କରୁଛନ୍ତି।



from Prameya News7 https://ift.tt/2osmeAK
ବିହାର ଓ ଉତ୍ତରପ୍ରଦେଶରେ ଜଳ ପ୍ରଳୟ : ୨ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଛୁଇଁଲାଣି ୮୦ ବିହାର ଓ ଉତ୍ତରପ୍ରଦେଶରେ ଜଳ ପ୍ରଳୟ : ୨ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଛୁଇଁଲାଣି ୮୦ Reviewed by SUBHENDU BARAL on September 29, 2019 Rating: 5

No comments:

Powered by Blogger.