ସଙ୍କଟରେ ଗଜରାଜ : ବାଙ୍କୀ ବାଆଁରା ପରେ କେନ୍ଦୁଝର ଚମ୍ପେଇ ଜଙ୍ଗଲରୁ ଅସୁସ୍ଥ ମାଈହାତୀ ଉଦ୍ଧାର

କେନ୍ଦୁଝର ୨୯/୯: କେନ୍ଦୁଝର ଜିଲ୍ଲା ବିଜେପି ରେଞ୍ଜ ଚମ୍ପେଇ ଜଙ୍ଗଲରେ ପଡ଼ିଛି ଅସୁସ୍ଥ ମାଈ ହାତୀ । ହାତୀଟି ଯନ୍ତ୍ରଣାରେ ଛଟପଟ ହେଉଛି । ଅସୁସ୍ଥ ହାତୀଟିର ବୟସ ପ୍ରାୟ ୨୦ରୁ ୨୫ ବର୍ଷ ହେବ । ଅସୁସ୍ଥ ହାତୀ ବିଷୟରେ ଖବର ପାଇବା ପରେ ସ୍ଥାନୀୟ ବନବିଭାଗ ତାର ଚିକିତ୍ସା କରିଛନ୍ତି । କିନ୍ତୁ ସ୍ବାସ୍ଥ୍ୟରେ କିଛି ଉନ୍ନତି ନହେବାରୁ ଆଜି ଶିମିଳିପାଳକୁ ଏକ ବିଶେଷଜ୍ଞ ଟିମ୍  ଯାଇ ହାତୀଟିର ଚିକିତ୍ସା କରିବେ ।

ସେହିପରି ଭୁବନେଶ୍ବରରୁ ୱାଇଲ୍ଡ ଲାଇଫ୍  ଏକ୍ସପର୍ଟ ମଧ୍ୟ ଘଟଣାସ୍ଥଳକୁ ଯାଇପାରନ୍ତି ବୋଲି ଜଣାପଡ଼ିଛି । ତେବେ ହାତୀଟିକୁ ହାରର୍ପିସ କିମ୍ବା ଆନ୍ଥ୍ରାକ୍ସ ହୋଇଛି ସେ ବିଷୟରେ ଜଣାପଡ଼ିନାହିଁ । ପ୍ରଥମେ ନନ୍ଦନକାନନରେ ହାରର୍ପିସ ରୋଗରେ ଆକ୍ରାନ୍ତ ହୋଇଥିଲେ ହାତୀ । ପରେ କଟକ ଜିଲ୍ଲା ବାଙ୍କୀ ବାଆଁରା ଗାଁ ନିକଟସ୍ଥ ଅଞ୍ଚଳରୁ ମଧ୍ୟ ଏକ ଅସୁସ୍ଥହାତୀକୁ ଠାବ କରାଯାଇଥିଲା ।



from Prameya News7 https://ift.tt/2lZiR3f
ସଙ୍କଟରେ ଗଜରାଜ : ବାଙ୍କୀ ବାଆଁରା ପରେ କେନ୍ଦୁଝର ଚମ୍ପେଇ ଜଙ୍ଗଲରୁ ଅସୁସ୍ଥ ମାଈହାତୀ ଉଦ୍ଧାର ସଙ୍କଟରେ ଗଜରାଜ : ବାଙ୍କୀ ବାଆଁରା ପରେ କେନ୍ଦୁଝର ଚମ୍ପେଇ ଜଙ୍ଗଲରୁ ଅସୁସ୍ଥ ମାଈହାତୀ ଉଦ୍ଧାର Reviewed by SUBHENDU BARAL on September 28, 2019 Rating: 5

No comments:

Powered by Blogger.