ମୁମ୍ବାଇ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଗତ ସପ୍ତାହରେ ପାକିସ୍ତାନର କରାଚିରେ ବଲିଉଡ୍ ଗାୟକ ମିକା ସିଂ ଏକ ଶୋ’ କରିଥିଲେ। ଏହାପରେ ମିକାଙ୍କୁ ଅଲ୍ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ୍ (AICWA) ଏବଂ ଫେଡେରେସନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜ୍ (FWICE) ବ୍ୟାନ୍ କରିଦେଇଛନ୍ତି। ଅବଶ୍ୟ ମିକା ନିଜର ଭୁଲ ପାଇଁ ପଶ୍ଚାତାପ କରିଛନ୍ତି ଓ କ୍ଷମାପ୍ରାର୍ଥନା ମଧ୍ୟ କରିଛନ୍ତି।
ବର୍ତ୍ତମାନ ଶୁଣିବାକୁ ମିଳୁଛି ଯେ ସଲମାନ୍ ଖାନ୍ଙ୍କ ଉପରେ ମଧ୍ୟ ବ୍ୟାନ୍ ଲଗା ଯାଇପାରେ। FWICEର ନିଷ୍ପତ୍ତି ଅନୁଯାୟୀ ଯଦି କୌଣସି ବି ସେଲେବ୍ରିଟି ମିକାଙ୍କ ସହ କାମ କରିବେ ତେବେ ତାଙ୍କୁ ମଧ୍ୟ ବ୍ୟାନ୍ କରାଯିବ। ଏହା ସତ୍ତ୍ୱେ ସଲମାନ୍ ଆସନ୍ତା ସପ୍ତାହରେ ମିକାଙ୍କ ସହ ଆମେରିକାରେ ଏକ ପ୍ରୋଗ୍ରାମ କରିବାକୁ ଯାଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ମିକା ସିଂହ ହୋଷ୍ଟନରେ ହେବାକୁ ଥିବା ପ୍ରୋଗ୍ରାମରେ ସାମିଲ ହେବେ।
ଏ ସମ୍ପର୍କରେ FWICEର ସାଧାରଣ ସମ୍ପାଦକ ଅଶୋକ ଦୁବେ କହିଛନ୍ତି, ‘ଯଦି ମିକାଙ୍କ ସହ ଇଣ୍ଡଷ୍ଟ୍ରିର କେହି ବି ବ୍ୟକ୍ତି କାମ କରନ୍ତି ତେବେ ତାଙ୍କୁ ବ୍ୟାନ୍ କରି ଦିଆଯିବ।’
from OTV Khabar. https://ift.tt/2KR8U04
No comments: