ଆଜି ବି ଚାଲିବ ଶ୍ରୀମନ୍ଦିର ଚାରିପଟୁ ଉଚ୍ଛେଦ: ଭକ୍ତଙ୍କ ପାଇଁ ବଡଦାଣ୍ଡରେ ବିଛାଗଲା ଗାଲିଚା Kanak News

କନକ ବ୍ୟୁରୋ: ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ସୋମବାରଠାରୁ ଆରମ୍ଭ ହୋଇଥିବା ଉଚ୍ଛେଦ ପ୍ରକ୍ରିୟା ଗତକାଲି ମଧ୍ୟ ଜାରି ରହିଥିଲା। ଦ୍ବିତୀୟ ଦିନ ସନ୍ଧ୍ୟା ସୁଦ୍ଧା ଉଚ୍ଛେଦ ସରିନାହିଁ। ତେବେ ଆଜି ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି। ମେଘନାଦ ପାଚେରିକୁ ଲାଗି ରହିଥିବା ସମସ୍ତ ସରକାରୀ, ବେସରକାରୀ କୋଠା ଉଚ୍ଛେଦ କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇ ଗତ ୧୯ ତାରିଖରୁ କାର୍ଯ୍ୟ ଆରମ୍ଭ କରିଛି। ସୋମବାର ଦିନ ଉଚ୍ଛେଦ କରାଯାଇଥିବା ବେଳେ ଗତକାଲି ମଧ୍ୟ ବିନା ବାଧାରେ ଉଚ୍ଛେଦ କରାଯାଇଥିଲା।

ସୋମବାର ଦିନଠାରୁ ଗତକାଲି କମ୍ ସଂଖ୍ୟକ ପୁଲିସ ସହାୟତାରେ ଶୃଙ୍ଖଳାର ସହିତ ସବୁ କାମ ହୋଇଥିଲା। ନିଜେ ଜିଲ୍ଲାପାଳ ଓ ଏସପି ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ। ତେବେ ଶୌଚାଳୟ ଭାଙ୍ଗାଯାଇ ଥିବାରୁ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ସୁବିଧା ପାଇଁ ଭ୍ରାମ୍ୟମାଣ ଶୌଚାଳୟ ବ୍ୟବସ୍ଥା କରାଯାଇଛି। ସେହିଭଳି ଭକ୍ତଙ୍କ ପାଇଁ ବଡଦାଣ୍ଡରେ ବ୍ୟାରିକେଡ ନିକଟରୁ ଗାଲିଚା ବିଛା ଯାଇଛି। ପିଚୁରେ ଭକ୍ତଙ୍କ ପାଦ ତାତି ଫୋଟକା ହୋଇଯାଉଥିବା କାରଣରୁ ଏଭଳି ବ୍ୟବସ୍ଥା କରାଯାଇଛି। ଭଙ୍ଗାଯାଇଥିବା କୋଠାରୁ ବାହାରୁ ଥିବା ଅଳିଆ ଆବର୍ଜନାକୁ ତୁରନ୍ତ ଅପସାରଣ କରାଯାଇଛି। ପୁର୍ବରୁ ବିବାଦୀୟ କୁହାଯାଉଥିବା ଏକ ଜୋତା ଷ୍ଟାଣ୍ଡକୁ ମଧ୍ୟ ଭାଙ୍ଗି ଦିଆଯାଇଛି।

ସିଂହଦ୍ବାର ମେଘନାଦ ପାଚେରିକୁ ଲାଗି ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ, ରାମଦୟା ପରିଷଦ କୋଠା, ଜୋତା ଷ୍ଟାଣ୍ଡ, ସିଂହଦ୍ବାର ଫାଣ୍ଡି , ଦକ୍ଷିଣଦ୍ବାର ସେସୁ କାର୍ଯ୍ୟାଳୟ, ପିଏଚଡି କାର୍ଯ୍ୟାଳୟ ଓ ଶୌଚାଳୟକୁ ଆଜି ଭାଙ୍ଗି ଦିଆଯାଇଛି। ରାତିରେ ଏହି ସବୁ ଆର୍ବଜନାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ତେବେ ଦିବ୍ୟାଙ୍ଗ ରୢାମ୍ପ, ଅସ୍ଥାୟୀ ଜୋତା, ମୋବାଇଲ ଷ୍ଟାଣ୍ଡକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ମେଘନାଦ ପାଚେରିକୁ ଲାଗି ସ୍ଥାୟୀ, ଅସ୍ଥାୟୀ ନିର୍ମାଣଗୁଡ଼ିକୁ ଭଙ୍ଗା ଯିବା ପରେ ମେଘନାଦ ପାଚେରି ଏବେ କେତେକାଂଶରେ ସ୍ପଷ୍ଟ ଦୃଶ୍ୟମାନ ହୋଇଛି।



from Kanak News https://ift.tt/2MufVYb https://ift.tt/2KH486w
ଆଜି ବି ଚାଲିବ ଶ୍ରୀମନ୍ଦିର ଚାରିପଟୁ ଉଚ୍ଛେଦ: ଭକ୍ତଙ୍କ ପାଇଁ ବଡଦାଣ୍ଡରେ ବିଛାଗଲା ଗାଲିଚା Kanak News ଆଜି ବି ଚାଲିବ ଶ୍ରୀମନ୍ଦିର ଚାରିପଟୁ ଉଚ୍ଛେଦ: ଭକ୍ତଙ୍କ ପାଇଁ ବଡଦାଣ୍ଡରେ ବିଛାଗଲା ଗାଲିଚା Kanak News Reviewed by SUBHENDU BARAL on August 20, 2019 Rating: 5

No comments:

Powered by Blogger.