ପରଲୋକରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଖୟାମ୍ ହାଶ୍‌ମି Rajalaxmi Sahoo

ମୁମ୍ବାଇ: ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ମହମ୍ମଦ ଜହୁର ଖୟାମ୍‌ ହାଶ୍‌ମୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା।

ଗତକାଲି ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଖୟାମଙ୍କ ଦେହାନ୍ତ ହୋଇଛି। ଫୁସ୍‌ଫୁସ୍‌ରେ ସଂକ୍ରମଣ ଯୋଗୁ ସେ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଥିଲେ।

ଖୟାମଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ବଲିଉଡ ସମେତ ସଙ୍ଗୀତ ପ୍ରେମୀ ମହଲରେ ଶୋକର ଛାୟା ଖେଳି ଯାଇଛି।

ବଲିଉଡର ବହୁ ପ୍ରମୁଖ ବ୍ୟକ୍ତି ମେଡିକାଲ୍‌ ଯାଇ ଖୟାମଙ୍କ ଶେଷ ଦର୍ଶନ କରିବା ସହ ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଶିଷ୍ଟ ଗାୟିକା ଲତା ମଙ୍ଗେଶ୍‌କର୍‌ ଟ୍ୱିଟ୍‌ କରି ଶୋକ ପ୍ରକାଶ କରିଛନ୍ତି।

୧୯୪୩ ମସିହାରେ ମାତ୍ର ୧୭ ବର୍ଷ ବୟସରେ ଖୟାମ ସଙ୍ଗୀତ ସାଧନା ଆରମ୍ଭ କରିଥିଲେ।  ୧୯୫୩ ମସିହାରେ ‘ଫୁଟପାଥ୍’ ଫିଲ୍ମରୁ ସେ ବଲିଉଡ୍‌ କ୍ୟାରିଅର ଆରମ୍ଭ କରିଥିଲେ। ୧୯୬୧ ମସିହାରେ ରିଲିଜ୍ ହୋଇଥିବା ’ଶୋଲା ଔର ଶବ୍‌ନମ୍‌’ ଫିଲ୍ମରୁ ସେ ଲୋକପ୍ରିୟତା ପାଇଥିଲେ।

‘କଭି କଭି’, ‘ତ୍ରିଶୁଲ୍‌’, ‘ନୁରୀ’, ‘ଉମ୍‌ରାଓ ଜାନ୍‌’ ଭଳି ଫିଲ୍ମରେ ସଂଗୀତ ନିର୍ଦ୍ଦେଶକ ଦାୟିତ୍ୱ ସମ୍ଭାଳିଥିବା ଖୟାମ ଅନେକ ସମ୍ମାନରେ ସମ୍ମାନିତ ହୋଇଥିଲେ। ୨୦୧୧ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ`



from OTV Khabar. https://ift.tt/2ZdDBWG
ପରଲୋକରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଖୟାମ୍ ହାଶ୍‌ମି Rajalaxmi Sahoo ପରଲୋକରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଖୟାମ୍ ହାଶ୍‌ମି Rajalaxmi Sahoo Reviewed by SUBHENDU BARAL on August 19, 2019 Rating: 5

No comments:

Powered by Blogger.