ଆହତ ବାଘ ପାଖକୁ ଯାଇ ଫଟୋ ଉଠାଉଥିଲେ ଯୁବକ ! ହଠାତ୍ ଉଠିଲା ବାଘ , ଆଉ ତା’ ପରେ… Kanak News

ରାସ୍ତାକଡ଼ରେ ପଡ଼ିଥିବା ଏକ ଆହତ ବାଘର ଫଟୋ ଉଠାଇବା ଘଟଣା ଜନୈକ ଯୁବକଙ୍କ ପାଇଁ ବେଶ ମହଙ୍ଗା ସାବ୍ୟସ୍ତ ହୋଇଛି। ଆହତ ବାଘଟି ହଠାତ୍ ଉଠିପଡ଼ି ଫଟୋ ଉଠାଉଥିବା ବ୍ୟକ୍ତିଙ୍କ ଉପରକୁ ଲମ୍ଫ ପ୍ରଦାନ କରି ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛି। ବାଘ ଆକ୍ରମଣରେ ଗୁରୁତର ହୋଇ ବ୍ୟକ୍ତି ଜଣକ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା ଘଟିଛି ପଶ୍ଚିମବଙ୍ଗର ଅଲୀପୁରଦୁରା ଅଞ୍ଚଳରେ। ଅପରପକ୍ଷରେ ଏହି ପୂରା ଘଟଣାର ଭିଡିଓ ଚିତ୍ରକୁ ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ନିଜ ଟୁଇଟର ହ୍ୟାଣ୍ଡେଲରେ ଛାଡ଼ିବା ପରେ ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଆରମ୍ଭ କରିଛି।

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ ହୋଇଛି ଯେ ଗୋଟିଏ କଲରାପତରିଆ ଗୁରୁତର ଭାବେ ଆହତ ହୋଇ ଆସି ଅଲୀପୁରଦୁରା ରାସ୍ତାକଡ଼ରେ ପଡ଼ିଥିଲା। ଆହତ ବାଘଟିକୁ ଶହଶହ ଦେଖଣାହାରୀ ରାସ୍ତା ଉପରେ ଦୂରରୁ ଠିଆ ହୋଇ ଦେଖୁଥିଲେ। ତେବେ, ଏହି ସମୟରେ ଦେଖଣାହାରୀଙ୍କ ମଧ୍ୟରୁ ଜଣେ ଯୁବକ ବାଘଟିର ଅତି ନିକଟକୁ ଚାଲିଯିବା ସହ ନିଜ ମୋବାଇଲରେ ବାଘଟିର ଫଟୋ ଉଠାଉ ଥିଲେ। ହେଲେ ଏହି ସମୟରେ ମୃତପ୍ରାୟ ଅବସ୍ଥାରେ ପଡ଼ିଥିବା ବାଘଟି ହଠାତ୍ ଉଠିପଡ଼ି ଫଟୋ ଉଠାଉଥିବା ଯୁବକଙ୍କ ଉପରକୁ ଲମ୍ଫ ପ୍ରଦାନ କରିବା ସହ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା। ତେବେ, ସୌଭାଗ୍ୟକ୍ରମେ ଯୁବକ ଜଣକ ବାଘ ଆକ୍ରମଣରୁ ବଞ୍ଚି ଯାଇଥିଲେ।



from Kanak News https://ift.tt/31Pgtv8 https://ift.tt/2KGs61P
ଆହତ ବାଘ ପାଖକୁ ଯାଇ ଫଟୋ ଉଠାଉଥିଲେ ଯୁବକ ! ହଠାତ୍ ଉଠିଲା ବାଘ , ଆଉ ତା’ ପରେ… Kanak News ଆହତ ବାଘ ପାଖକୁ ଯାଇ ଫଟୋ ଉଠାଉଥିଲେ ଯୁବକ ! ହଠାତ୍ ଉଠିଲା ବାଘ , ଆଉ ତା’ ପରେ… Kanak News Reviewed by SUBHENDU BARAL on August 19, 2019 Rating: 5

No comments:

Powered by Blogger.