ଆରମ୍ଭ ହେଲା ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ Minati Mishra

ପୁରୀ:  ସକାଳୁ ସକାଳୁ ଆରମ୍ଭ ହୋଇଯାଇଛି ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ କାମ। ଆଜି ସକାଳ ୬ଟାରୁ ୨୪ ପ୍ଲାଟୁନ୍ ପୋଲିସ ଫୋର୍ସ ଏବଂ ୮ ଜଣ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ମେଘନାଦ ପାଚେରୀ ଚାରିପାଖରୁ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ।

ମେଘନାଦ ପାଚେରୀକୁ ଲାଗି ରହିଥିବା ସରକାରୀ ଏବଂ ଘରୋଇ ନିର୍ମାଣ ଗୁଡ଼ିକୁ ପ୍ରଥମେ ଭଙ୍ଗା କରାଯାଉଛି। ତେବେ ମେଘନାଦ ପାଚେରୀରୁ ୭୫ ମିଟର ପରିଧି ଭିତରେ ଉଚ୍ଛେଦ ହେବ ନା ନାହିଁ, ସେ ନିଷ୍ପତ୍ତି ପରେ ନିଆଯିବ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ ବିନୟ କୁମର ଦାସ କହିଛନ୍ତି।

ସୂଚନାଥାଉ କି, ଉଭୟ ଜଗନ୍ନାଥ ମନ୍ଦିର ଓ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ସଂସ୍କାର କମିଶନ ଜଷ୍ଟିସ ବି.ପି. ଦାଶଙ୍କ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟର ସୁପାରିଶ କ୍ରମେ ରାଜ୍ୟ କ୍ୟାବିନେଟରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ  ଉଚ୍ଛେଦ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ତେଣୁ ମେଘନାଦ ପାଚେରୀ ଚତୁଃପାର୍ଶ୍ୱର ୭୫ ମିଟର  ପରିଧି ପର୍ଯ୍ୟନ୍ତ ଉଚ୍ଛେଦ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପୂର୍ବରୁ ସୂଚନା ଦେଇଥିଲା।

ଏହି  ପରିଧି ମଧ୍ୟରେ ୧୨ଟି ବଡ଼ ବଡ଼ ମଠ ରହିଛି । ତେବେ ବିନା ଜନ ଶୁଣାଣିରେ କିଭଳି ରାଜ୍ୟ ସରକାର ଏକତରଫା ନିଷ୍ପତ୍ତି ନେଲେ ତାକୁ ନେଇ ପୂର୍ବରୁ ଆପତ୍ତି ଉଠାଇଥିଲେ ସେବାୟତ,  ମୁକ୍ତି ମଣ୍ଡପ ପଣ୍ଡିତ ସଭା ସଦସ୍ୟଙ୍କ ସହ ଜଗନ୍ନାଥ ସେନା । ଏମିତିକି ଦରକାର ପଡ଼ିଲେ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଥିଲେ।

/



from OTV Khabar. https://ift.tt/2P3Gvtk
ଆରମ୍ଭ ହେଲା ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ Minati Mishra ଆରମ୍ଭ ହେଲା ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ Minati Mishra Reviewed by SUBHENDU BARAL on August 18, 2019 Rating: 5

No comments:

Powered by Blogger.