
କନକ ବ୍ୟୁରୋ : ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଉଥିବା ଯାତ୍ରୀବାହୀ ଟ୍ରେନ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତିଯାଇଛି । ଘଟଣାଟି ଆନ୍ଧ୍ରରେ ଘଟିଛି । ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇରୁ ମିଳିଥିବା ସୂଚନା ଅନୁସାରେ, ବଗିକୁ ଅଧା ରାସ୍ତାରେ ଛାଡ଼ି ଟ୍ରେନ୍ ଇଞ୍ଜିନ ୧୦ କିମି ଆଗକୁ ଚାଲିଯାଇଛି । ଭୁବନେଶ୍ୱରରୁ ସିକନ୍ଦରାବାଦ ଯାଉଥିବା ବିଶାଖା ଏକ୍ସପ୍ରେସ ସହ ଏଭଳି ଘଟଣା ଘଟିଛି। ବିଶାଖା ଏକ୍ସପ୍ରେସ ବଗିକୁ ଛାଡ଼ି ୧୦କିମି ପର୍ଯ୍ୟନ୍ତ ଧାରଣାରେ ଦୌଡ଼ିଥିବା ଜଣାପଡ଼ିଛି।
Andhra Pradesh: The engine of Visakha Express that plies between Bhubaneshwar to Secunderabad got detached from its coaches between Narsipatnam and Tuni railway stations, yesterday. The engine travelled at least 10 km. Investigation underway. pic.twitter.com/tdpBG88iRH
— ANI (@ANI) August 19, 2019
ରେଳବାଇ ଏହି ଘଟଣାପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ନର୍ସିପାଟନମ ଓ ଟୁନି ରେଳ ଷ୍ଟେସନ ମଧ୍ୟରେ ଯାତାୟାତ କରୁଥିବା ବେଳେ ହଠାତ ଇଞ୍ଜିନ ସହ ଲାଗିଥିବା ବଗି ଗୁଡ଼ିକ ଅଲଗା ହୋଇଯାଇଥିଲା। ତେବେ ଏହି ଟ୍ରେନରେ ବସିଥିବା ଯାତ୍ରୀମାନେ ଯେତେବେଳେ ଜାଣିବାକୁ ପାଇଲେ ତାଙ୍କ ଗାଡ଼ି ଆଗକୁ ଗଡୁ ନାହିଁ। ସେତେବେଳ କିଛି ଯାତ୍ରୀ ଟ୍ରେନ୍ରୁ ଓହ୍ଲାଇ ଦେଖିଲା ବେଳକୁ ଟ୍ରେନ୍ ଇଞ୍ଜିନ୍ ହିଁ ସେଠାରୁ ଉଭେଇ ଯାଇଥିଲା। ଏହି ଖବର ପାଇବା ପରେ ଟ୍ରେନରେ ବସିଥିବା ଯାତ୍ରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା।
ତୁରନ୍ତ ଏଘଟଣା ସମ୍ପର୍କରେ ରେଳ ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା। ଏମିତି ଘଟଣା ଘଟିବା ପରେ ଅନେକ ସମୟ ପର୍ଯ୍ୟନ୍ତ ଏହି ପଥରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଟେକ୍ନିସିୟାନ ସାହାଯ୍ୟରେ ବଗିଗୁଡ଼ିକୁ ଟ୍ରେନ୍ ଇଞ୍ଜିନ ସହିତ ଯୋଡା ଯାଇଥିଲା। କିଛି ସମୟରେ ଟ୍ରେନ୍ ଟି ପୁଣି ଯାତ୍ରା ଆରମ୍ଭ କରିଥିଲା।
from Kanak News https://ift.tt/2MsQnuo https://ift.tt/2ZkSId3
No comments: