
କନକ ବ୍ୟୁରୋ: ଲୋକକବି ପଦ୍ମଶ୍ରୀ ହଳଧର ନାଗ ସର୍ବସାଧାରଣ ସ୍ଥାନରେ ଓଡ଼ିଆ ଭାଷା ବିରୋଧୀ ମନ୍ତବ୍ୟ ଦେବା, ଓଡ଼ିଆ ଭାଷାର ବିଭିନ୍ନ ଶବ୍ଦକୁ ତାତ୍ସଲ୍ୟ କରିବା ଘଟଣାକୁ ନେଇ ଲେଖକ ଓ ସାମ୍ବାଦିକ ମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏନେଇ ତାଙ୍କ ବିରୋଧରେ ଲେଖକ ଓ ସାମ୍ବାଦିକମାନେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଦର୍ଶାଯାଇଛି ଯେ, ଲଗାତାର ଭାବେ ଶ୍ରୀ ନାଗ ଓଡ଼ିଆ ଭାଷାକୁ ଉପହାସ ଓ ଅପମାନ କରି ବକ୍ତବ୍ୟ ରଖୁଛନ୍ତି। ସେ ସର୍ବସାଧାରଣରେ ଓଡ଼ିଆ ଭାଷା ଓ ଏଥିରେ ପ୍ରଚଳିତ ବହୁ ସମ୍ମାନଜନକ ଶବ୍ଦକୁ ତାତ୍ସଲ୍ୟ କରି ଘୃଣାପୂର୍ଣ୍ଣ ବକ୍ତବ୍ୟ ରଖୁଛନ୍ତି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଘୂରି ବୁଲୁଛି।
ଓଡ଼ିଆ ଭାଷାକୁ ନ୍ୟୁନ କରି, ଏହା ବିରୋଧରେ ଦାୟିତ୍ୱହୀନ ଓ ଘୃଣାପୂର୍ଣ୍ଣ ବକ୍ତବ୍ୟ ଦେଇ ଶ୍ରୀ ନାଗ ଭାରତୀୟ ପିଙ୍ଗଳ କୋଡର ଧାରା ୧୫୩ (କ) ଅନୁଯାୟୀ ଧର୍ତ୍ତବ୍ୟ ଅପରାଧ କରିଛନ୍ତି। ଏହାସହ ରାଜ୍ୟର ଭାଷା ଆଇନକୁ ମଧ୍ୟ ସେ ଉଲ୍ଲଂଘନ କରିଛନ୍ତି। ଜଣେ ବରିଷ୍ଠ ଓ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ଏଭଳି ବେଆଇନ ଆଚରଣ ଦ୍ୱାରା ସମାଜରେ ହିଂସା, ଆଶାନ୍ତି ଓ ଘୃଣା ପ୍ରସାରିତ ହେବାର ଆଶଙ୍କା ଥିବା ବେଳେ, କୋଟି କୋଟି ଓଡ଼ିଆଙ୍କ ଭାବାବେଗକୁ ମଧ୍ୟ ଏହା କୁଠାରାଘାତ କରିଛି। ଏଭଳି ଅପରାଧ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର ଓ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ନିଆଯାଉ ବୋଲି ଅଭିଯୋଗକାରୀ ଦାବି କରିଛନ୍ତି।
ପ୍ରକାଶଥାଉ କି, ବର୍ଣ୍ଣବୋଧ ପୋଡ଼ି ଘଟଣାରେ ଜଣେ ଗିରଫ ହେବା ପରେ କିଛି ଦୁବୃର୍ତ୍ତଙ୍କ ଦ୍ୱାରା ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଜାରି କରାଯାଇଛି। ଯେଉଁଥିରେ, ଭକ୍ତକବି ମଧୁସୂଦନ ରାଓଙ୍କ ପ୍ରଣୀତ ଓ ଓଡ଼ିଆ ସ୍ୱାଭିମାନର ପ୍ରତୀକ ବର୍ଣ୍ଣବୋଧ ବିରୋଧରେ ନକରାତ୍ମକ ମନ୍ତବ୍ୟ ଦେବା ସହ ଏହାକୁ ତଳେ ପକାଇ ଅସମ୍ମାନ ପ୍ରଦର୍ଶନ କରିଛନ୍ତି।
from Kanak News https://ift.tt/2TPFNyp https://ift.tt/2ZfvoRG
No comments: