ବନ୍ୟା ପ୍ରପୀଡିତଙ୍କ ପାଇଁ ବଲିଉଡ୍ ତାରକାଙ୍କ ଦରଦ ! ପୀଡିତଙ୍କ ସହାୟତା ପାଇଁ ଆଗକୁ ଆସିଲେ ଅଭିନେତା ଆମିର୍ ଖାନ୍ ଏବଂ ସୁରସମ୍ରାଜ୍ଞୀ ଲତା ମଙ୍ଗେସକର୍ । Kanak News

ଦେଶର ବିଭିନ୍ନ ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କିଛି କିଛି ସ୍ଥାନରେ ସ୍ଥିତି ସଙ୍ଗୀନ ହୋଇ ପଡ଼ିଥିବା ବେଳେ ଲୋକମାନେ ନିଜର ବାସ ହରାଇଛନ୍ତି । ମହାରାଷ୍ଟ୍ରରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କୋହ୍ଲାପୁର ଜିଲ୍ଲାରେ ଥିବା ଶିରୋଲ ଗାଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ମହାରାଷ୍ଟ୍ରରେ ଆସିଥିବା ବନ୍ୟା ହେତୁ ସଂଗୀତଜ୍ଞ ଲତା ମଙ୍ଗେସକର ଓ ଅଭିନେତା ଅମୀର ଖାନ୍ ଯଥାକ୍ରମେ ୨୫ ଲକ୍ଷ ଓ ୧୧ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବୁଧବାର ଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଏଥିପାଇଁ ଧନ୍ୟବାଦ ବି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ମହାରାଷ୍ଟ୍ର ବନ୍ୟା ପାଇଁ ୨୫ଲକ୍ଷ ଟଙ୍କା ଦାନ କରିଥିବାରୁ ଅମୀର ଖାନଙ୍କୁ ଅଶେଷ ଧନ୍ୟବାଦ। ଏଥିସହିତ ଗାୟିକାଙ୍କୁ ଲତା ଦିଦିଙ୍କୁ ବି ୧୧,୦୦,୦୦୦ ଟଙ୍କା ଦାନ କରିଥିବାରୁ ଧନ୍ୟବାଦ ବୋଲି ଫଡନାବିସ୍ ଟୁଇଟ୍ କରିଛନ୍ତି।
ଦେଶର ବିଭିନ୍ନ ରାଜ୍ୟରେ ଏବେ ଲଗାଣ ବର୍ଷା ଲାଗି ରହିଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ହଜାର ହଜାର ଲୋକଙ୍କ ଘର ଭାଙ୍ଗିଯିବା ସହ ସେମାନଙ୍କ ପାଖରେ ସହାୟତା ପହଞ୍ଚି ପାରୁ ନାହିଁ । କିଛି ଲୋକ ବନ୍ୟା ଜଳରେ ଭାସି ଯାଇ ମୃତ୍ୟୁବରଣ କରିଥିବା ମଧ୍ୟ ଖବର ମିଳୁଛି।
from Kanak News https://ift.tt/33OJWHB https://ift.tt/33RRppm

No comments: