ଗୁଣ୍ଟୁର ୨୨|୮: ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାରେ ଜଣେ ଶିକ୍ଷକ ଛାତ୍ରୀଙ୍କ ସହ ଅସଦାଚାରଣ କରିଥିବା ଅଭିଯୋଗ ହୋଇଛି । ଗୁଣ୍ଟୁର ଜିଲ୍ଲା ନାନ୍ଦେନ୍ଦଲା ଅଞ୍ଚଳ ଚିରୁମାମିଲ୍ଲାର ଏପି ମଣ୍ଡଳ ସ୍କୁଲରେ ଜଣେ ଶିକ୍ଷକ ଛାତ୍ରୀଙ୍କ ସହ ଅସଦାଚରଣ କରିଛନ୍ତି । ସ୍କୁଲରେ ପଢୁଥିବା ଛାତ୍ରୀଙ୍କ ପ୍ରତି ଶିକ୍ଷକ ଏଭଳି ବ୍ୟବହାର କରିଥିଲେ ମଧ୍ୟ ଘଟଣା ସଂପର୍କରେ ବିଳମ୍ବରେ ଜଣାପଡିଥିଲା । ଘଟଣା ଜଣାପଡିବା ପରେ ପୀଡିତା ଛାତ୍ରୀଙ୍କ ବାପା ମାଆ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଚିରୁମାମିଲ୍ଲାର ଏପି ମଣ୍ଡଳ ସ୍କୁଲରେ ପଢୁଥିବା ନବମ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କୁ ଶିକ୍ଷକ ଜଣଙ୍କ ତାଙ୍କ ରୁମ୍ କୁ ଆସିବା ପାଇଁ କହିଥିଲେ । ଛାତ୍ରୀ ଜଣଙ୍କ ଯେତେବେଳେ ଶିକ୍ଷକଙ୍କ ରୁମ୍ କୁ ଆସିଥିଲେ ସଂପୃକ୍ତ ଶିକ୍ଷକ ତାଙ୍କ ସହ ଅସଦାଚରଣ କରିଥିଲେ । ଛାତ୍ରୀ ଜଣଙ୍କ ସେଠାରୁ କୌଶଳକ୍ରମେ ଖସିଆସିଥିଲେ । ଶିକ୍ଷକ ଜଣଙ୍କ ଏଭଳି ବାରମ୍ବାର ଛାତ୍ରୀଙ୍କ ସହ କରୁଥିଲେ ମାତ୍ର ଭୟର ଛାତ୍ରୀ ଜଣଙ୍କ ଘରଲୋକଙ୍କୁ କିଛି କହୁନଥିଲେ । ଛାତ୍ରୀ ଜଣଙ୍କ ସାହାସ ଜୁଟାଇ ଏ ସଂପର୍କରେ ଘର ଲୋକଙ୍କୁ ଜଣାଇଥିଲେ ।
ଗତ ୪ବର୍ଷ ହେବ ଶିକ୍ଷକ ଜଣଙ୍କ ଏହି ସ୍କୁଲରେ କାର୍ଯ୍ୟରତ ଅଛନ୍ତି । ସେ ଏପରି ଅନେକ ଛାତ୍ରୀଙ୍କ ସହ ଅସଦାଚରଣ ମଧ୍ୟ କରିଛନ୍ତି । ଏ ଘଟଣା ପରେ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଅନ୍ୟ ଛାତ୍ରୀମାନେ ମଧ୍ୟ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ସ୍କୁଲ ଆଗରେ ଅଭିଭାବକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଘଟଣାସ୍ଥଳରେ ଜିଲ୍ଲା ଶିକ୍ଷା ଅଧିକାରୀ ପହଞ୍ଚି ଘଟଣା ସଂପର୍କରେ ପଚାରି ବୁଝିଥିଲେ ।
ଗତ ବର୍ଷ ମଧ୍ୟ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଜଣେ ଛାତ୍ରୀ ଅସଦାଚରଣ କରିବା ନେଇ ପ୍ରଧାନଶିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ । ମାତ୍ର ଏହା ପରେ ମଧ୍ୟ ସଂପୃକ୍ତ ଶିକ୍ଷକଙ୍କ କାର୍ଯ୍ୟକଳାପରେ କୌଣସି ପରିବର୍ତ୍ତନ ଆସିନଥିଲା । ଏବେ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
from Prameya News7 https://ift.tt/2L0i76C
No comments: