ଧାନ ବିଲରୁ ହାତ ବନ୍ଧା ଅବସ୍ଥାରେ ମିଳିଲା ଯୁବତୀଙ୍କ ମୃତଦେହ, ହତ୍ୟା ସନ୍ଦେହ

ପ୍ରୟାଗରାଜ ୨୨|୮: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଉତରାଓ୍ବା ଥାନା ଅନ୍ତର୍ଗତ ସମ୍ବୋଧିପୁର ଗାଁ ନିକଟ ଧାନ ବିଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୁବତୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ ଜାରି ରଖିଛି ।

ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ଉତରାଓ୍ବା ଥାନା ଅନ୍ତର୍ଗତ ସମ୍ବୋଧିପୁର ଗାଁରୁ ଏକ ଧାନ ବିଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ସକାଳୁ ଗ୍ରାମବାସୀମାନେ ମୃତଦେହ ବିଲରେ ପଡିଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଯୁବତୀଙ୍କ ଗଳାକୁ ଓଢଣୀରେ ଚପାଯାଇଥିବା ସହ ଦୁଇ ହାତ ପଛକୁ କରି ବନ୍ଧା ଯାଇଛି । ତେବେ ପ୍ରାଥମିକ ତଦନ୍ତରୁ ହତ୍ୟା କରାଯାଇ ମୃତଦେହ ଏଠାରେ ଫିଙ୍ଗାଯାଇଥିବା ଆଶଙ୍କା କରାଯାଉଛି । ଯୁବତୀଙ୍କ ବୟସ ପ୍ରାୟ ୨୫ବର୍ଷ ହେବ ବୋଲି ଜଣାପଡିଛି । ଯୁବତୀଙ୍କ ପରିଚୟ ମିଳିପାରିନାହିଁ । ଯୁବତୀଙ୍କ ପରିଚୟ ପାଇବା ନେଇ ପୋଲିସ ଛାନଭିନ୍ ଚଳାଇଛି ।



from Prameya News7 https://ift.tt/33LuewZ
ଧାନ ବିଲରୁ ହାତ ବନ୍ଧା ଅବସ୍ଥାରେ ମିଳିଲା ଯୁବତୀଙ୍କ ମୃତଦେହ, ହତ୍ୟା ସନ୍ଦେହ ଧାନ ବିଲରୁ ହାତ ବନ୍ଧା ଅବସ୍ଥାରେ ମିଳିଲା ଯୁବତୀଙ୍କ ମୃତଦେହ, ହତ୍ୟା ସନ୍ଦେହ Reviewed by SUBHENDU BARAL on August 21, 2019 Rating: 5

No comments:

Powered by Blogger.