ଜ୍ୱାଇଁର ଗୋଡ଼ ହାଣି ଛିଣ୍ଡାଇ ଦେଲା ଶ୍ୱଶୁର Rajalaxmi Sahoo

ବୌଦ୍ଧ: ଜ୍ୱାଇଁର ଗୋଡ଼ ହାଣି ଛିଣ୍ଡାଇ ଦେଲା ଶ୍ୱଶୁର। ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଡୁଙ୍ଗୁରିଗୁଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ବରପଦା ଗାଁର ସୌରଭ ଦଣ୍ଡିଆ। ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ଅଭିଯୋଗ ଅନୁସାରେ, ସ୍ଥାନୀୟ ଶଶି ମହାଳିକଙ୍କ ଝିଅ ସହ ସୌରଭଙ୍କର ୨ ବର୍ଷ ତଳୁ ପ୍ରେମ ସଂପର୍କ ଥିଲା ଏବଂ ଉଭୟେ ଘରୁ ପଳାଇ ଯାଇ ବିବାହ କରିଥିଲେ। ତେବେ ଏହି ଘଟଣାକୁ ନେଇ ରାଗ ରଖି ଗତକାଲି ଶଶି, ସୌରଭଙ୍କ ଗୋଡ଼କୁ ଟାଙ୍ଗିଆରେ ହାଣି ଦେଇଛନ୍ତି।

ସୌରଭ ନିଜ ପତ୍ନୀଙ୍କୁ ସ୍ଥାନୀୟ ଅଙ୍ଗନବାଡ଼ି କେନ୍ଦ୍ରରେ ଛାଡ଼ି ଘରକୁ ଫେରୁଥିବା ବେଳେ ରାସ୍ତାରେ ପୂର୍ବରୁ ଜଗିକି ବସିଥିବା ଶଶି ତାଙ୍କର ଗୋଡ଼କୁ ଟାଙ୍ଗିଆରେ ହାଣି ଦେଇଥିବା ଅଭିଯୋଗ ହୋଇଛି।

ଏହି ଘଟଣାକୁ ନେଇ ସୌରଭଙ୍କ ବାପା ଚିତ୍ରସେନ କଣ୍ଟାମାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।



from OTV Khabar. https://ift.tt/2P9ft3y
ଜ୍ୱାଇଁର ଗୋଡ଼ ହାଣି ଛିଣ୍ଡାଇ ଦେଲା ଶ୍ୱଶୁର Rajalaxmi Sahoo ଜ୍ୱାଇଁର ଗୋଡ଼ ହାଣି ଛିଣ୍ଡାଇ ଦେଲା ଶ୍ୱଶୁର Rajalaxmi Sahoo Reviewed by SUBHENDU BARAL on August 20, 2019 Rating: 5

No comments:

Powered by Blogger.