ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୫୦ରୁ ଅଧିକ ବଖରା Rajalaxmi Sahoo

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଜାଲକଣା ଗାଁରେ ୩୩ଟି ପରିବାରର ୫୦ରୁ ଅଧିକ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ଦୁଇ ଶିଶୁ ଗୁରୁତର ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ମହାକାଳପଡ଼ା, କେନ୍ଦ୍ରାପଡା ଓ ମାର୍ଶାଘାଇ ସମେତ ୬ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ସ୍ଥାନୀୟ ବାସିନ୍ଦା ଅଜୟ ପ୍ରଧାନଙ୍କ ପାଳ ଗଦାରେ ନିଆଁ ଲାଗି ପୂରା ଗାଁକୁ ବ୍ୟାପି ଯାଇଥିଲା ବୋଲି ସୂଚନା ମିଳିଛି। ଅଗ୍ନିକାଣ୍ଡରେ ଘରର ଆସବାବପତ୍ରଠୁ ଆରମ୍ଭ କରି ଧାନ, ମୁଗ, ବିରି ଓ ସୁନା ରୁପା ସବୁ ପୋଡ଼ି ପାଉଁଶ ହୋଇଯାଇଛି।

ସ୍ଥାନୀୟ ତହସିଲଦାର ,ବିଡ଼ିଓ ଓ ରାଜନୈତିକ ବ୍ୟକ୍ତିବିଶେଷ ପହଞ୍ଚି ଅଗ୍ନିକାଣ୍ଡରେ ବିପନ୍ନ ପରିବାରକୁ ସମବେଦନା ଜଣାଇଛନ୍ତି।



from OTV Khabar http://bit.ly/2KfOY8y
ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୫୦ରୁ ଅଧିକ ବଖରା Rajalaxmi Sahoo ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୫୦ରୁ ଅଧିକ ବଖରା Rajalaxmi Sahoo Reviewed by SUBHENDU BARAL on May 31, 2019 Rating: 5

No comments:

Powered by Blogger.