ସ୍ତ୍ରୀକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ Rajalaxmi Sahoo

ଜଳେଶ୍ୱର(ଅଜିତ କୁମାର ଦାସ): ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ସ୍ତ୍ରୀକୁ ସ୍ୱାମୀ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ୍‌ ସ୍ୱାମୀ କମଳାକାନ୍ତଙ୍କୁ ଗିରଫ କରିଛି। କମଳାକାନ୍ତଙ୍କ ଘର ପଶ୍ଚିମବଙ୍ଗର ରାମନଗରରେ।

ସୂଚନା ଅନୁସାରେ, କମଳାକାନ୍ତ କମର୍ଦ୍ଦା ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ। ଗତକାଲି ରାତି ପ୍ରାୟ ୧ଟା ସମୟରେ କମଳାକାନ୍ତ ନିଜ ସ୍ତ୍ରୀକୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଥିଲେ। ସ୍ତ୍ରୀର ଚିତ୍କାର ଶୁଣି  ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ପୁଲିସ୍‌କୁ ଖବର ଦେଇଥିଲେ। ତେବେ କମଳାକାନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ପରେ ରାତି ପ୍ରାୟ ୨ଟା ୩୦ ମିନିଟ୍‌ ସମୟରେ ପୁଲିସ୍‌ କମଳାକାନ୍ତଙ୍କୁ ଗିରଫ କରିଥିଲା।  ପରକୀୟା ପ୍ରୀତି ଯୋଗୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।



from OTV Khabar http://bit.ly/2HNSWUu
ସ୍ତ୍ରୀକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ Rajalaxmi Sahoo ସ୍ତ୍ରୀକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ Rajalaxmi Sahoo Reviewed by SUBHENDU BARAL on May 31, 2019 Rating: 5

No comments:

Powered by Blogger.