ଭୁବନେଶ୍ୱର: ନନ୍ଦନକାନନରେ ଓରାଙ୍ଗଓଟାନ୍ ପରେ ନୀଳଗିରି ପ୍ରଜାତି ଲଙ୍ଗୁରର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ଲଙ୍ଗୁରର ବୟସ ୧୭ ବର୍ଷ ହୋଇଥିଲା। କିଛି ମାସ ପୂର୍ବରୁ ସେ ଜ୍ୱର ଏବଂ ହଇଜାରେ ଆକ୍ରାନ୍ତ ଥିଲା।
ନନ୍ଦନକାନନ କର୍ତ୍ତୃପକ୍ଷ ତୁରନ୍ତ ସ୍ୱତନ୍ତ୍ର ଓ୍ୱାର୍ଡକୁ ଲଙ୍ଗୁରକୁ ସ୍ଥାନାନ୍ତର କରି ଚିକିତ୍ସା କରିଥିଲେ। ଆଜି ସକାଳ ସାଢେ ୬ଟାରେ ତା’ର ମୃତ୍ୟୁ ହୋଇଥିଲା।
ପୋଷ୍ଟମର୍ଟମ ପରେ ଲଙ୍ଗୁର ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି। ୨୦୧୭ରେ ଏହି ନୀଳଗିରି ଲଙ୍ଗୁରକୁ ଚେନ୍ନାଇର ଅରିଗନାର ଆନ୍ନା ଜୁଲୋଜିକାଲ ପାର୍କରୁ ନନ୍ଦନକାନନକୁ ଅଣାଯାଇଥିଲା। ସୂଚନାଯୋଗ୍ୟ, ଗତ ବୁଧବାର ରାତିରେ ନନ୍ଦନକାନନରେ ଥିବା ଏକମାତ୍ର ଓରାଙ୍ଗଓଟାନ ‘ବିନି’ର ମୃତ୍ୟୁ ହୋଇଥିଲା।
from OTV Khabar http://bit.ly/2HNXHgJ
ନନ୍ଦନକାନନରେ ଆଖି ବୁଜିଲା ନୀଳଗିରି ଲଙ୍ଗୁର OTV KHABAR BUREAU
Reviewed by SUBHENDU BARAL
on
May 31, 2019
Rating:
No comments: