ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ପୁଣି ସାମନାକୁ ଆସିଲା ଦାଦନ ଦୁଃଖ। ପରିବାର ପୋଷଣ ପାଇଁ ଯାଇ ଦୁବାଇରେ ଫସି ରହିଛନ୍ତି ୧୦ଦାଦନ ଶ୍ରମିକ। ୧୧ମାସ ହେଲା ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ଲାଗି ପରିବାର ଲୋକେ ସରକାରଙ୍କ ପାଖରେ ନେହୁରା ହୋଇଛନ୍ତି।
ନୟାଗଡ଼ ଜିଲ୍ଲା ଗୋଡ଼ିପଡ଼ା କୁରୁଡାଙ୍ଗିର ୨ ଜଣ ଶ୍ରମିକ ଥିବାବେଳେ ରାଜ୍ୟର ଅନ୍ୟ ଅଞ୍ଚଳର ୮ଜଣ ଶ୍ରମିକ ଅଛନ୍ତି। ନୟାଗଡ଼ର ୨ ଶ୍ରମିକ ହେଲେ ପ୍ରକାଶ ମହାରଣା ଓ ଗୁମାନ ମହାରଣା। ଏହି ଶ୍ରମିକଙ୍କୁ ଦଲାଲ ଅନୀଲ ସ୍ୱାଇଁ ଚାକିରି କରାଇ ଦେବା କହି ଦୁବାଇ ପଠାଇଥିଲେ। ଏପରିକି ଶ୍ରମିକଙ୍କୁ ମାସିକ ୩୫ ହଜାର ଟଙ୍କା ଦରମା ମିଳିବ ବୋଲି କଥା ହୋଇଥିଲା। ହେଲେ ସେମାନଙ୍କୁ ଦରମା ଦେବା ବଦଳରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ପାଖରେ ପଇସା ନ ଥିବାରୁ ଘରକୁ ଫେରି ପାରୁନାହାନ୍ତି ଏହି ଶ୍ରମିକ।
ସେମାନଙ୍କୁ ଉଦ୍ଧାର କରିବା ଲାଗି ଶ୍ରମିକମାନେ ଆକୁଳ ନିବେଦନ କରି ଏକ ଭିଡିଓ ସୋଶାଲ୍ ମିଡିଆରେ ଛାଡ଼ିଛନ୍ତି। ଏହି ଭିଡିଓ ଦେଖି ପରିବାର ଲୋକେ ଭୟଭୀତ ହୋଇପଡ଼ିଛନ୍ତି।
from OTV Khabar http://bit.ly/2Kg9QfZ
Reviewed by SUBHENDU BARAL
on
May 31, 2019
Rating:
No comments: