ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଜୁନ ୬ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ(FIH) ପୁରୁଷ ହକି ସିରିଜ୍ ଅନୁଷ୍ଠିତ ହେବ।
ଏହି ହକି ସିରିଜ୍ ଲାଗି ଭୁବନେଶ୍ୱରରେ ବିଭିନ୍ନ ଦଳର ଟିମ୍, ଆୟୋଜକ ଭାରତ କଳିଙ୍ଗ ଷ୍ଟାଡିୟମ୍ରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛନ୍ତି। ଆଜି ପୋଲାଣ୍ଡ ଓ ରୁଷିଆ ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି।
ଏହି ସିରିଜ୍ରେ ଭାରତ ସମେତ ୮ ଟି ଦଳ ଭାଗ ନେଉଛନ୍ତି। ୨୦୨୦ ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ପର୍ଯ୍ୟାୟ ସିରିଜ୍ ଖେଳାଯାଉଛି।
ଏଥିରେ ଭାରତ ଯଦି ପ୍ରଥମ କିମ୍ବା ଦ୍ୱିତୀୟ ସ୍ଥାନରେ ରହେ, ତେବେ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଦ୍ୱିତୀୟ ପର୍ଯ୍ୟାୟରେ ଖେଳିବାକୁ ସୁଯୋଗ ମିଳିବ।
from OTV Khabar http://bit.ly/2wrgpUW
କଳିଙ୍ଗ ଷ୍ଟାଡ଼ିୟମ୍ରେ ଅନ୍ତର୍ଜାତୀୟ ହକି ଟୁର୍ଣ୍ଣାମେଣ୍ଟ OTV KHABAR BUREAU
Reviewed by SUBHENDU BARAL
on
May 31, 2019
Rating:
No comments: