ବ୍ରହ୍ମପୁରରେ ଏନ୍‌କାଉଣ୍ଟର; ୨ ଅପରାଧୀ ଆହତ Rajalaxmi Sahoo

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଏନ୍‌କାଉଣ୍ଟର। ବ୍ରହ୍ମପୁର ଗୋଳନ୍ଥରା ଅଞ୍ଚଳରେ ପୁଲିସ୍‌ର ଏନ୍‌କାଉଣ୍ଟରରେ ୨ ଜଣ ଅପରାଧୀ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଗଣେଶ ନାୟକ ଓ ହୃଷି ପାତ୍ର।

ସେମାନଙ୍କ ନିକଟରୁ ୨ ଟି ପିସ୍ତଲ ସହିତ ଅଫୁଟା ଗୁଳି, ଗୋଟିଏ ବାଇକ୍‌ ପୁଲିସ୍‌ ଜବତ କରିଛି। ଘଟଣାସ୍ଥଳରୁ ଅନ୍ୟ ୩ ଜଣ ଖସି ପଳାଇଥିବା ନେଇ ବ୍ରହ୍ମପୁର ଅତିରିକ୍ତ ଏସ୍‌ପି ସୂଚନା ଦେଇଛନ୍ତି।

ଗଞ୍ଜାମ ଜିଲ୍ଲା ଆସିକା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜ ଜେନା ହତ୍ୟାକାଣ୍ଡ ଘଟଣାରେ ଏମାନେ ସମ୍ପୃକ୍ତ ଥିବା ପୁଲିସ୍‌ କହିଛି।



from OTV Khabar http://bit.ly/2EKEvOS
ବ୍ରହ୍ମପୁରରେ ଏନ୍‌କାଉଣ୍ଟର; ୨ ଅପରାଧୀ ଆହତ Rajalaxmi Sahoo ବ୍ରହ୍ମପୁରରେ ଏନ୍‌କାଉଣ୍ଟର; ୨ ଅପରାଧୀ ଆହତ Rajalaxmi Sahoo Reviewed by SUBHENDU BARAL on May 31, 2019 Rating: 5

No comments:

Powered by Blogger.