ନବ ନିର୍ବାଚିତ କଂଗ୍ରେସ ସାଂସଦଙ୍କ ଆଜି ବୈଠକ। ସଂସଦୀୟ ଦଳ ନେତା ନିର୍ବାଚନ ସହ ଆଗାମୀ ଅଧିବେଶନ ପାଇଁ ହେବ ରଣନୀତି ଚୂଡାନ୍ତ Kanak News

କନକ ବ୍ୟୁରୋ: କଂଗ୍ରେସ ନବ ନିର୍ବାଚିତ ସାଂସଦଙ୍କର ଆଜି ପ୍ରଥମ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ କଂଗ୍ରେସ ସଂସଦୀୟ ଦଳର ନେତା ମଧ୍ୟ ବାଛିବା ସମ୍ଭାବନା ରହିଛି । ଆଜି ହେବାକୁ ଥିବା ବୈଠକରେ ସୋନିଆ ଗାନ୍ଧି ଅଧ୍ୟକ୍ଷତା କରିବେ ଏବଂ ସମସ୍ତ ୫୨ ଜଣ କଂଗ୍ରେସ ସାଂସଦ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । ଏହି ବୈଠକରେ କଂଗ୍ରେସର ରାଜ୍ୟସଭା ସାଂସଦ ମଧ୍ୟ ଉପସ୍ଥିତ ରହିବେ ।

ସଂସଦ ଭବନର କେନ୍ଦ୍ରୀୟ କକ୍ଷରେ କଂଗ୍ରେସର ଏହି ସଂସଦୀୟ ଦଳ ବୈଠକ ହେବ ବୋଲି ଜଣାପଡିଛି । ଏଥିରେ ସଂସଦର ଆଗାମୀ ଅଧିବେଶନର ରଣନୀତି ନେଇ ମଧ୍ୟ ଆଲୋଚନା ହେବ । ଗତ ୨୫ ତାରିଖରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ପରେ ଆଜି ଏହି ଆନୁଷ୍ଠାନିକ ବୈଠକ ଅନୁଷ୍ଠିତ ହେବ । ଗତ ଲୋକସଭା ନିର୍ବାଚନରେ ବିପର୍ଯ୍ୟର ସମ୍ମୁଖୀନ କରୁଥିବା କଂଗ୍ରେସ ଏକ ବଡ ଧରଣ ସଂସ୍କାର କରିବା ସମ୍ଭାବନା ରହିଥିବା କୁହାଯାଉଛି ।

ପୂର୍ବରୁ ଅଧ୍ୟକ୍ଷ ପଦ ଛାଡିବା ପାଇଁ ରାହୁଲ ଗାନ୍ଧି ପ୍ରସ୍ତାବ ଦେଇଥିଲେ । କିନ୍ତୁ ଦଳୀୟ ନେତା ଏହାକୁ ଗ୍ରହଣ କରି ନାହାନ୍ତି, ବରଂ ବିଭିନ୍ନ ପିସିସିରେ ରାହୁଲଙ୍କ ଅଧ୍ୟକ୍ଷତା ନେଇ ପ୍ରସ୍ତାବ ପାରିତ ହୋଇଛି । ଅନ୍ୟପଟେ ଦଳୀୟ ସଂଗଠନରେ କୌଣସି ପ୍ରକାର ପରିବର୍ତନ ରାହୁଲ କରିପାରିବେ ବୋଲି ପ୍ରସ୍ତାବ ଦିଆଯାଇଛି ।



from Kanak News http://bit.ly/2Z09fDa http://bit.ly/2wyp6g1
ନବ ନିର୍ବାଚିତ କଂଗ୍ରେସ ସାଂସଦଙ୍କ ଆଜି ବୈଠକ। ସଂସଦୀୟ ଦଳ ନେତା ନିର୍ବାଚନ ସହ ଆଗାମୀ ଅଧିବେଶନ ପାଇଁ ହେବ ରଣନୀତି ଚୂଡାନ୍ତ Kanak News ନବ ନିର୍ବାଚିତ କଂଗ୍ରେସ ସାଂସଦଙ୍କ ଆଜି ବୈଠକ। ସଂସଦୀୟ ଦଳ ନେତା ନିର୍ବାଚନ ସହ ଆଗାମୀ ଅଧିବେଶନ ପାଇଁ ହେବ ରଣନୀତି ଚୂଡାନ୍ତ Kanak News Reviewed by SUBHENDU BARAL on May 31, 2019 Rating: 5

No comments:

Powered by Blogger.