
ଟ୍ରେନରେ ଲୁଟର ଶିକାର ହେଉଥିବା ଯାତ୍ରୀଙ୍କୁ ଅଭିଯୋଗ କରିବାକୁ ଆଉ ଜିଆରପି ଥାନାକୁ ଯିବାକୁ ପଡ଼ିବ ନାହିଁ। ଚଳନ୍ତା ଟ୍ରେନରେ ହିଁ ସେମାନଙ୍କୁ ମିଳିବ ଏତଲା ଫର୍ମ। ରେଳବାଇ ବୋର୍ଡ ଯୋଗାଇ ଦେବ ଏହି ଫର୍ମ। ଲୁଟର ଶିକାର ଯାତ୍ରୀଙ୍କ ଏହି ଅଭିଯୋଗକୁ ଚଳନ୍ତା ଟ୍ରେନରେ ହିଁ ଗ୍ରହଣ କରିବ ପୁଲିସ। ଏଥିପାଇଁ ୧୫ଟି ଜିଆରପି ଥାନାକୁ ରେଳବାଇ ଏଡିଜି ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ତେବେ ଏପ୍ରକାର ନୂଆ ପଦକ୍ଷେପ ଦ୍ୱାରା ପୂର୍ବଭଳି ଏତଲା ଦେବାକୁ ଟ୍ରେନରୁ ଓହ୍ଲାଇବା ଅଥବା ଯାତ୍ରା ବାତିଲ୍ କରିବା ଭଳି ଯେଉଁ ସମସ୍ୟାର ଯାତ୍ରୀ ସମ୍ମୁଖୀନ ହେଉଥିଲା, ତାହା ଆଉ ଭୋଗିବାକୁ ପଡ଼ିବ ନାହିଁ ବୋଲି ରେଳବାଇ ପୁଲିସ ପକ୍ଷରୁ କୁହାଯାଇଛି।
ରେଳବାଇ ପୁଲିସ ପାଇଁ ଏବେ ଚଳନ୍ତା ଟ୍ରେନରେ ଲୁଟେରାଙ୍କ ଉତ୍ପାତ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ରେଳବାଇ ଏଡିଜିଙ୍କ କାର୍ଯ୍ୟାଳୟ ସୂଚନା ମୁତାବକ, ଉଭୟ କଟକ ଏବ˚ ରାଉରକେଲା ରେଳବାଇ ଏସପିଙ୍କ କାର୍ଯ୍ୟାଳୟ ଅଧିନରେ ଥିବା ୧୫ଟି ଜିଆରପି ଥାନାରେ ଗତ ତିନି ବର୍ଷର ଲୁଟ୍, ଡକାୟତି ମାମଲା ସ˚ଗୀନ ସ୍ଥିତିରେ ପହଞ୍ଚିଛି। ୨୦୧୬ ବର୍ଷରେ ୧୧୨୭ ମାମଲା, ୨୦୧୫ ବର୍ଷରେ ୯୮୮ଟି ଏବ˚ ୨୦୧୪ରେ ୮୩୦ଟି ଜିଆରପିରେ ମାମଲା ରୁଜୁ ହୋଇଛି। ବାହାର ରାଜ୍ୟରେ ଚଳନ୍ତା ଟ୍ରେନରେ ଏତଲା ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହୋଇଥିବାବେଳେ ଓଡ଼ିଶାରେ ଏହାକୁ କାର୍ଯ୍ୟକାରୀ କରିବାକୁ ରେଳବାଇ ଏଡିଜିଙ୍କ ପକ୍ଷରୁ ୧୫ଟି ଜିଆରପି ଥାନାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ରାଜ୍ୟର ଆଞ୍ଚଳିକ ଭାଷା ଏବ˚ ଇ˚ରାଜୀରେ ଦୁଇଟି ଫର୍ମାଟର ଏତଲା ଫର୍ମ ଯାତ୍ରୀଙ୍କୁ ଯୋଗାଇ ଦିଆଯିବ। ଉକ୍ତ ନିର୍ଦ୍ଦଷ୍ଟ ଫର୍ମାଟର ଏତଲା ନକଲ ଟ୍ରେନ୍ କଣ୍ତକ୍ଟର, କୋଚ୍ ଆଟେଣ୍ତାଣ୍ଟ, ଟ୍ରେନ୍ ଗାର୍ଡ ଏବ˚ ଜିଆରପିକୁ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ଦିଆଯାଇଛି। ତା’ବ୍ୟତୀତ ଯାତ୍ରୀ ଯେଉଁଠି ଚୋରିର ଶିକାର ହେବେ, ତା’ ପରବର୍ତୀ ଷ୍ଟେସନରେ ଥିବା ଜିଆରପିର ଥାନା କିମ୍ବା ଫାଣ୍ତିର ପୁଲିସକୁ ଏତଲା ଦେବା ଜରୁରି ବୋଲି ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
from Kanak News http://bit.ly/2QBRw1Y http://bit.ly/2JQUyz0

No comments: