ଲଣ୍ଡନ: ଆଇସିସି ବିଶ୍ୱକପ୍ର ଉଦ୍ଘାଟନୀ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୧୦୪ ରନ୍ରେ ଇଂଲଣ୍ଡ ଶୋଚନୀୟ ଭାବେ ପରାସ୍ତ କରିଛି।
ଲଣ୍ଡନର ଓଭାଲରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୮ ଓ୍ୱିକେଟ୍ ହରାଇ ୩୧୧ ରନ୍ କରିଥିଲା।
ଏହାର ଜବାବ୍ରେ ଦକ୍ଷିଣ ଆଫ୍ରିକା ୩୯.୫ ଓଭରରେ ମାତ୍ର ୨୦୭ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା।
ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚେର ୨୭ ରନ୍ ଦେଇ ସର୍ବାଧିକ ୩ ଓ୍ୱିକେଟ୍ ନେଇଥିଲେ। ସେପଟେ ଆଜି ଦ୍ୱିତୀୟ ଦିନରେ ପାକିସ୍ତାନକୁ ଭେଟିବ ୱେଷ୍ଟ ଇଣ୍ଡିଜ। ନଟିଂହାମ୍ ଟ୍ରେଣ୍ଟ ବ୍ରିଜରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ କଡ଼ା ଟକ୍କର ଦେଖିବାକୁ ମିଳିବ।
from OTV Khabar http://bit.ly/2Z2N4wn
ବିଶ୍ୱକପ୍ ଉଦ୍ଘାଟନୀ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଇଂଲଣ୍ଡ OTV KHABAR BUREAU
Reviewed by SUBHENDU BARAL
on
May 31, 2019
Rating:
No comments: