ଆସିକା ବିଧାନସଭାର କଂଗ୍ରେସ ପ୍ରାର୍ଥୀ ହତ୍ୟା ଘଟଣାରେ ବଡ ସଫଳତା । ରାତି ଅଧିଆ ବ୍ରହ୍ମପୁର ପୋଲିସର ଏନକାଉଂଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ Kanak News

କନକ ବ୍ୟୁରୋ: ଆସିକା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟା ମାମଲାରେ ପୋଲିସକୁ ମିଳିଛି ବଡ ସଫଳତା । ଗତାକାଲି ରାତିରେ ବ୍ରହ୍ମପୁର ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଏନକାଉଂଟର କରିଛି । ପୋଲିସର ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଆସିକାର ଗଣେଶ ନାୟକ ଓରଫ ବୁଲୁ ଓ ହୃଷି ପାତ୍ର ଆହତ ହୋଇଛନ୍ତି ।
ଉଭୟ ମନୋଜ ଜେନା ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ନେଇ ପୋଲିସ ସୂଚନା ଦେଇଛି । ଆହତ ବୁଲୁ ଓ ହୃଷିର ଗୋଡରେ ଗୁଳି ବାଜିଛି ଏବଂ ସେମାନଙ୍କୁ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ପାଖରୁ ୨ଟି ପିସତଲ , ତିନି ରାଉଣ୍ଡ ଗୁଳି ଓ ଗୋଟିଏ ବାଇକ୍ ଜବତ ହୋଇଛି । ଏହି ଦୁହେଁ ଆଉ ଦୁଇଟି ହତ୍ୟାରେ ମଧ୍ୟ ସଂପୃକ୍ତ ଥିବା ଜଣାପଡିଛି । ଆଉ ୩ ଜଣ ସହଯୋଗୀ ଫେରାର ଥିବା ବେଳେ ପୋଲିସର ଗୋଟିଏ ଟିମ୍ ସେମାନଙ୍କୁ ପିଛା କରୁଥିବା ପୋଲିସ କହିଛି ।
from Kanak News http://bit.ly/2WgWOWW http://bit.ly/2JOORS3
ଆସିକା ବିଧାନସଭାର କଂଗ୍ରେସ ପ୍ରାର୍ଥୀ ହତ୍ୟା ଘଟଣାରେ ବଡ ସଫଳତା । ରାତି ଅଧିଆ ବ୍ରହ୍ମପୁର ପୋଲିସର ଏନକାଉଂଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ Kanak News
Reviewed by SUBHENDU BARAL
on
May 31, 2019
Rating:

No comments: