ଜୁନ ୧୮ରୁ ହୋଇପାରେ ବିଧାନସଭା ଅଧିବେଶନ। ଜୁଲାଇ ୩୧ରେ ବ୍ୟୟ ମଞ୍ଜୁରି ବିଲ, ପାରିତ ହେବ ୨୦୧୯-୨୦ ଆର୍ଥିକ ବର୍ଷ ପୂର୍ଣ୍ଣାଙ୍ଗ ବଜେଟ Kanak News

କନକ ବ୍ୟୁରୋ: ଆସନ୍ତା ଜୁନ୍ ୧୮ ତାରିଖରୁ ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଡକାଯିବା ସମ୍ଭାବନା ରହିଛି। ଏ ନେଇ ସଂସଦୀୟ ବ୍ୟାପାର ବିଭାଗ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି। ପୂର୍ବରୁ ଜୁନ ୧୧ ତାରିଖରୁ ବଜେଟ ଅଧିବେଶନ ଆରମ୍ଭ କରିବାକୁ ବିଧାନସଭା ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ରଜ ଛୁଟି ପଡ଼ୁଥିବାରୁ ସେ ତାରିଖରେ ପରିବର୍ତ୍ତନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ ବର୍ଷ ଥିବାରୁ ରାଜ୍ୟ ସରକାର ଗତ ଫେବ୍ରୁଆରିରେ ୪ ମାସ ପାଇଁ କାମଚଳା ବଜେଟ ବିଧାନସଭାରେ ପାରିତ କରିଥିଲେ।
ଏବେ ନୂଆ ସରକାର ଗଠନ ପରେ ବିଧାନସଭାର ଏହି ଅଧିବେଶନରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ପାରିତ କରାଯିବ।ମିଳିଥିବା ଖବର ଅନୁଯାୟୀ, ଜୁନ ୧୮ ତାରିଖରୁ ବଜେଟ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଚାଲିବା ସମ୍ଭାବନା ରହିଛି। ଜୁଲାଇ ୩୧ ତାରିଖରେ ବ୍ୟୟ ମଞ୍ଜୁରି ବିଲ ପାରିତ କରାଯିବ।
from Kanak News http://bit.ly/2YYeX8H http://bit.ly/2wvjfbt
ଜୁନ ୧୮ରୁ ହୋଇପାରେ ବିଧାନସଭା ଅଧିବେଶନ। ଜୁଲାଇ ୩୧ରେ ବ୍ୟୟ ମଞ୍ଜୁରି ବିଲ, ପାରିତ ହେବ ୨୦୧୯-୨୦ ଆର୍ଥିକ ବର୍ଷ ପୂର୍ଣ୍ଣାଙ୍ଗ ବଜେଟ Kanak News
Reviewed by SUBHENDU BARAL
on
May 31, 2019
Rating:
No comments: